ମା ଖାତୁନ ବିବିଙ୍କ ମୃତ୍ୟୁ ପରେ ୮ ବର୍ଷ ଧରି ଜଣେ ସ୍ୱିପର ଭାବରେ କାର୍ଯ୍ୟରତ ଥିଲେ ଜୁମୁନି ବିବି ।
Trending Photos
)
ବାଲେଶ୍ଵର: ଜିଲ୍ଲାର ଜଳେଶ୍ଵର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଜଳେଶ୍ଵରର ଏହି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଦୀର୍ଘ ଦିନ ଧରି ଜୁମୁନ ବିବି(୪୦) ରହିଆସୁଥିଲେ । ମା ଖାତୁନ ବିବିଙ୍କ ମୃତ୍ୟୁ ପରେ ୮ ବର୍ଷ ଧରି ଜଣେ ସ୍ୱିପର ଭାବରେ କାର୍ଯ୍ୟରତ ଥିଲେ ଜୁମୁନି ବିବି ।
ତାଙ୍କର ଘର ଓଲମରା ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କର ୩ ପୁଅ ୪ ଝିଅ ଅଛନ୍ତି । ଗତକାଲି ସେ ଘରକୁ ଯାଇ ଫେରିଥିଲେ । ତେବେ ରାତ୍ରିରେ ଘଟଣା ସମ୍ପର୍କରେ କେହି ଅବଗତ ନାହାଁନ୍ତି । ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରିବା ସହିତ ଓ ସାଇଣ୍ଟିଫିକ ପହଞ୍ଚି ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି ।