ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ
Advertisement

ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ

ସୋର ବ୍ଲକ ସାଉଡ଼ ମନ୍ଦିରରେ ଏହି ଘଟଣା ଘଟିଛି । ଯାହା ଜଣାପଡ଼ିଛି, ପୂଜକ କମଳା ପଣ୍ଡାଙ୍କ ସହ ଅଭିଯୁକ୍ତ ଶୁକଦେବର ପୂର୍ବ ଶତ୍ରୁତା ଥିଲା ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଦେବେନ୍ଦ୍ର କୁମାର ନାୟକ, ସୋରୋ: ମନ୍ଦିର ପୂଜକଙ୍କୁ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଆକ୍ରମଣରେ ପୂଜକ କମଳା ପଣ୍ଡା ମହାଦେବ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଯୁବକ ଶୁକଦେବ ବାରିକଙ୍କୁ କାବୁ କରି ଲୋକେ ପୋଲିସର ଜିମା ଦେଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । 

ସୂଚନା ଅନୁସାରେ, ସୋର ବ୍ଲକ ସାଉଡ଼ ମନ୍ଦିରରେ ଏହି ଘଟଣା ଘଟିଛି । ଯାହା ଜଣାପଡ଼ିଛି, ପୂଜକ କମଳା ପଣ୍ଡାଙ୍କ ସହ ଅଭିଯୁକ୍ତ ଶୁକଦେବର ପୂର୍ବ ଶତ୍ରୁତା ଥିଲା । ଆଉ ଏହାକୁ କେନ୍ଦ୍ର କରି ମନ୍ଦିରରେ ପୂଜା କରୁଥିବା ସମୟରେ କମଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ ଯୁବକ । ଯେଉଁଥିରେ ପୂଜକ ଗୁରୁତର ଆହତ ହୋଇଛନ୍ତି । 

fallback

ତେବେ ଅଭିଯୁକ୍ତ ଏବେ ପୋଲିସ ହେପାଜତରେ । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ପୋଲିସ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି ।