ଓଡ଼ିଶାରେ ପ୍ରଥମ ଘଟଣା, ବିଧାୟକଙ୍କୁ କୋରୋନା

ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । 

ଓଡ଼ିଶାରେ ପ୍ରଥମ ଘଟଣା, ବିଧାୟକଙ୍କୁ କୋରୋନା

ବାଲେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଧାୟକ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ସୂଚନା ଦେଇଛନ୍ତି । ଆକ୍ରାନ୍ତ ବିଧାୟକଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି । 

ରାଜ୍ୟରେ ଏବେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରହିଛି । ତେବେ ଏମାନଙ୍କ ମଧ୍ୟରୁ ୬୨୨୪ ଜଣ ସୁସ୍ଥ ମଧ୍ୟ ହେଲେଣି । ସେହିପରି ୩୮ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ୩୨୫୪ ଆକ୍ଟିଭ କେସ ରହିଛି ।