ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଗଙ୍ଗାଧର ନଗର ମାଷ୍ଟର ଟିକ୍ରା ଅଞ୍ଚଳର ବୋଲି ପଡ଼ିଛି ।
Trending Photos
ବରଗଡ଼: ୨୭ ନମ୍ବର ଜିଲ୍ଲା ଭାବେ ବରଗଡ଼କୁ ପଶିଲା କୋରୋନା । ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଗଙ୍ଗାଧର ନଗର ମାଷ୍ଟର ଟିକ୍ରା ଅଞ୍ଚଳର ବୋଲି ପଡ଼ିଛି । ତେବେ ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସତର୍କତାମୂଳକ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।
ଯାହା ଜଣାପଡ଼ିଛି, ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟାଇନରେ ଥିଲେ । ତେବେ ସେ ପଜିଟିଭ ବୋଲି ଚିହ୍ନଟ ହେବା ପରେ ତାଙ୍କ ସହ ପରିବାରର ୩ ଜଣଙ୍କୁ ଖେଡ଼ାପାଲି କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଅନ୍ୟପଟେ ଏବେବି ରାଜ୍ୟର ୩ ଜିଲ୍ଲା ରହିଛି, ଯେଉଁଠି ପାଖ ମାଡ଼ିପାରିନି କୋରୋନା । ଏଗୁଡ଼ିକ ହେଲା ରାୟଗଡ଼ା, ନୂଆପଡ଼ା ଓ ସୁବର୍ଣ୍ଣପୁର ।
ବଲାଙ୍ଗୀରରୁ ମଧ୍ୟ ନୂଆ ୭ ମାମଲା
ବଲାଙ୍ଗୀରରେ ଚିହ୍ନଟ ହେଲେ ଆଉ ୭ କୋରୋନା ପଜିଟିଭ । ପୂର୍ବରୁ ୯ ଜଣ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୪ ଜଣଙ୍କ ଚିକିତ୍ସା ଚାଲିଛି ।
ନୂଆ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ଆଗଲପୁର ଓ ସଇଁତଳା ବ୍ଲକର ରହିଛନ୍ତି । ସେହିପରି ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।