ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କୋରୋନା
Advertisement
Article Detail0/zeeodisha/odisha717058

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୫୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମରୁ ୭୩୨ ଜଣ ସଂକ୍ରମିତ ସାମିଲ ଅଛନ୍ତି ।

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କୋରୋନା

ବ୍ରହ୍ମପୁର: ରାଜ୍ୟରେ ପୁଣି ଜଣେ ବିଧାୟକଙ୍କୁ କୋରୋନା ।  ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ସ୍ତ୍ରୀଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ୨ ଦିନ ଜ୍ୱର ହେବା ପରେ ବିଧାୟକ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ନିଜର ଓ ସ୍ତ୍ରୀଙ୍କ କୋରୋନା ଟେଷ୍ଟ କରାଇଥିଲେ । ପରେ ପଜିଟିଭ ରିପୋର୍ଟ ଆସିଥିଲା । ସେ ଦୁହେଁ ଏବେ ଭୁବନେଶ୍ୱର କ୍ୱାଟରରେ ରହି ଚିକିତ୍ସିତ ହେଉଛନ୍ତି ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୫୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମରୁ ୭୩୨ ଜଣ ସଂକ୍ରମିତ ସାମିଲ ଅଛନ୍ତି ।  ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୨୨,୬୯୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ୧୪,୩୯୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୮,୧୪୭ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

;