• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ଚାଲାଣ ବେଳେ ବସରୁ ୩ ନାବାଳିକା ଉଧାର, ମହିଳା ଅଟକ

ମହିଳା ଜଣଙ୍କ ଭୟବିତ ହୋଇ ନାବାଳିକା (Minors) ଙ୍କୁ ଛାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକ ତାଙ୍କୁ କାବୁ କରି ପୋଲିସ (Police) କୁ ଖବର ଦେଇଥିଲେ।

ଚାଲାଣ ବେଳେ ବସରୁ ୩ ନାବାଳିକା ଉଧାର, ମହିଳା ଅଟକ
ଚାଲାଣ ବେଳେ ବସରୁ ୩ ନାବାଳିକା ଉଧାର, ମହିଳା ଅଟକ

ରାଧାଶ୍ଯାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧରା ପଡିଲା ନାବାଳିକା ଚାଲାଣ ରାକେଟ! ଶୁକ୍ରବାର ଇଚ୍ଛାପୁର-ବ୍ରହ୍ମପୁର ବସରୁ ୩ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। କାମ ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହରେ ଜଣେ ମହିଳାଙ୍କୁ ମଧ୍ୟ ପୋଲିସ କାବୁ କରିଛି।

ସୂଚନା ମୁତାବକ ଭଦ୍ରକ (Bhadrak) ଅଞ୍ଚଳର ଜଣେ ମହିଳା ୪ ଜଣ ନାବାଳିକାଙ୍କୁ ବସରେ ନେଉଥିବା ଦେଖି କିଛି ଲୋକ ସନ୍ଦେହରେ ପଚରା ଉଚୁରା କରିଥିଲେ। ହେଲେ ମହିଳା ଜଣଙ୍କ ଭୟବିତ ହୋଇ ନାବାଳିକା (Minors) ଙ୍କୁ ଛାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକ ତାଙ୍କୁ କାବୁ କରି ପୋଲିସ (Police) କୁ ଖବର ଦେଇଥିଲେ।

Also Read: ସରକାରୀ ଅର୍ଥ ହଡ଼ପ କରିଥିବା ୨ ଶିକ୍ଷକଙ୍କୁ ୪ ବର୍ଷ ଜେଲ୍

ଗୋଳନ୍ଥରା ପୋଲିସ (Golanthara Police) ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ବିଷୟରେ ଚାଇଲ୍ଡ଼ ଲାଇନ (Child line) କୁ ଖବର ଦିଆଯାଇଛି। ଉକ୍ତ ନାବାଳିକାଙ୍କ ଠାରୁ ବୟାନ ରେକର୍ଡ କଲାପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଏସପି (Berhampur SP) ପିନାକୀ ମିଶ୍ର (Pinaki Mishra) ସୂଚନା ଦେଇଛନ୍ତି।