ଏମକେସିଜି ମେଡିକାଲରେ କରୋନା ସନ୍ଦିଗ୍ଧ ଭର୍ତ୍ତି
Advertisement

ଏମକେସିଜି ମେଡିକାଲରେ କରୋନା ସନ୍ଦିଗ୍ଧ ଭର୍ତ୍ତି

ରୋଗୀ ଜଣକ ହେଲେ ଗଞ୍ଜାମ ଚିକିଟି ବ୍ଲକ ଡାଳପଲଙ୍କ ଗାଁର ଦୁର୍ଗାଶି ସୁକୁଟା । 

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ କରୋନା ସନ୍ଦିଗ୍ଧ  ଭର୍ତ୍ତି ହୋଇଛନ୍ତି ।  ରୋଗୀ ଜଣକ ହେଲେ ଗଞ୍ଜାମ ଚିକିଟି ବ୍ଲକ ଡାଳପଲଙ୍କ ଗାଁର ଦୁର୍ଗାଶି ସୁକୁଟା । ତାଙ୍କ ସ୍ତ୍ରୀ ଡି। ବୁଦାମା ଉପରେ ସ୍ୱତନ୍ତ୍ର ମେଡିକାଲ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ଉଭୟ  ସ୍ୱାମୀ ଓ ସ୍ତ୍ରୀଙ୍କୁ କରୋନା ଆଇସୋଲେସନ ୱାର୍ଡରେ ରଖାଯାଇଛି। 

ଶୁକ୍ରବାର ସକାଳେ ଦୁର୍ଗାଶି ସୁକୁଟା ଦୁବାଇରୁ ବିଶାଖାପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ଗାଁକୁ ଆସିଥିଲେ । ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ନେଇ ଦୁବାଇ ମେଡିକାଲ ପକ୍ଷରୁ କୁହାଯାଇଥିଲା । ତେବେ ଗାଁରେ ଥଣ୍ଡା, ଖାସ ଓ ଛିଙ୍କ ଇତ୍ୟାଦି ଲକ୍ଷଣ ଦେଖି କରୋନା ସନ୍ଦେହ ବଢ଼ିଥିଲା । ପରେ ସେମାନେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ଜଣା ପଡ଼ିଛି ।  

ଆହୁରି ପଢ଼ନ୍ତୁ; ଦେଶରେ କୋରୋନା ନେଲା ଆଉ ଏକ ଜୀବନ