ଉଭୟ କଏଦୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୋଭିଡ କେୟାର ସେଣ୍ଟରରୁ ୨ କଏଦୀ ଫେରାର । ଉଭୟ କଏଦୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ତେବେ ସୁଯୋଗ ଏମାନେ ଚମ୍ପଟ ମାରିଛନ୍ତି । ଗୋପାଳପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ଶିତଳାପଲ୍ଲୀ କୋଭିଡ୍ କେୟାର ସେଣ୍ଟରରେ ଉଭୟ କଏଦୀଙ୍କ ଚିକିତ୍ସା ଚାଲିଥିଲା । କିଛି ଦିନ ପୂର୍ବରୁ ବ୍ରହ୍ମପୁର ସହରରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏମାନଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ପରେ ବ୍ରହ୍ମପୁର ଜେଲକୁ ପଠାଯାଇଥିଲା । ତେବେ ଉଭୟ କଏଦୀ କୋରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ନିମନ୍ତେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।