ଫ୍ୟାଲେରିଆ ଔଷଧ ଖାଇ ୪୭ ଛାତ୍ରଛାତ୍ରୀ ଅସୁସ୍ଥ

ଗଞ୍ଜାମରେ ଅଭାବନୀୟ ଘଟଣା ।

ଫ୍ୟାଲେରିଆ ଔଷଧ ଖାଇ ୪୭ ଛାତ୍ରଛାତ୍ରୀ ଅସୁସ୍ଥ
ଫଟୋ ସୌଜନ୍ୟ: ଜୀ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମରେ ଅଭାବନୀୟ ଘଟଣା । ଫ୍ୟାଲେରିଆ ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ପାତ୍ରପୁର CHCରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ସୋମବାର ଗଞ୍ଜାମ ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଦପୁର ପଞ୍ଚାୟତର ବୁରୁପଡାରୁ ଆସିଛି ଏପ୍ରକାର ଘଟଣା। ଛାତ୍ରଛାତ୍ରୀଙ୍କୁ ଫ୍ୟାଲେରିଆ ଔଷଧ ପ୍ରଦାନ କରାଯାଇଥିଲା । ତେବେ ଔଷଧ ସେବନ ପରେ ୪୭ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏମିତି ହେଲେ, ସେନେଇ ତଦନ୍ତ ଚାଲିଛି । 

ଆହୁରି ପଢ଼ନ୍ତୁ; ବସ ଦୁର୍ଘଟଣା: କନିଷ୍ଠ ଯନ୍ତ୍ରୀ ଓ ଏସଡ଼ିଓ ନିଲମ୍ବିତ