ଶୋଇଥିବା ବେଳେ ଏସିରେ ଲାଗିଲା ନିଆଁ, ଜଣେ ବିଜେଡ଼ି ନେତାଙ୍କ ସମେତ ୩ ମୃତ

ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଘଟିଛି ଏହି ଘଟଣା । 

ଶୋଇଥିବା ବେଳେ ଏସିରେ ଲାଗିଲା ନିଆଁ, ଜଣେ ବିଜେଡ଼ି ନେତାଙ୍କ ସମେତ ୩ ମୃତ
ଫଟୋ ସୌଜନ୍ୟ: ଜୀ ମିଡିଆ

ବ୍ରହ୍ମପୁର: ଏସିରେ ନିଆଁ ଲାଗି ବଡ଼ ଧରଣର ଅଘଟଣ । ବିଜେଡ଼ିର ବରିଷ୍ଠ ନେତା ତଥା ବିସିସି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରଣ ହେଉଥିବା ବେଳେ ଘଟିଛି ଏଭଳି ଅଘଟଣା । ଫଳରେ ବ୍ରହ୍ମପୁର ବିଜେଡ଼ିରେ ଶୋକର ଛାୟା ଖେଳିଯାଇଛି । 

ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଘଟିଛି ଏହି ଘଟଣା । ଯାହା ଜଣାପଡ଼ିଛି, ଘରେ ଶୋଇଥିବା ବେଳେ ରାତି ୨ଟା ବେଳକୁ ଏସିରେ ନିଆଁ ଲାଗିଯାଇଥିଲା । ହୁତୁହୁତୁ ହୋଇ ଏସି ଜଳିବାରେ ଲାଗିଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ମୃତକଙ୍କ ଶରୀରର କୌଣସି ଅଂଶରେ ଆଘାତ ଲାଗିନାହିଁ । ନିଆଁରେ ମଧ୍ୟ କେହି ପୋଡ଼ିନାହାଁନ୍ତି । ତେଣୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।