Advertisement
Article Detail0/zeeodisha/odisha702496
Zee OdishaBerhampurବ୍ରହ୍ମପୁରରେ ୪ ଦିନ ସଟଡାଉନ

ବ୍ରହ୍ମପୁରରେ ୪ ଦିନ ସଟଡାଉନ

ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ଉଦ୍‌ବେଗଜନକ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ପୁରା ସହରର ଶୂନ୍‌ଶାନ୍ ହୋଇପଡିଛି।&

ବ୍ରହ୍ମପୁରରେ ୪ ଦିନ ସଟଡାଉନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ଉଦ୍‌ବେଗଜନକ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ପୁରା ସହରର ଶୂନ୍‌ଶାନ୍ ହୋଇପଡିଛି।  

ସଟଡାଉନ ହେଲା ରେଶମ ନଗରୀ । ଦୋକାନ ବଜାର ଗାଡି ମୋଟର ସବୁ କିଛି ଠପ। ଅଦୃଶ୍ୟ ଶକ୍ତିକୁ କୋରୋନା କୁ ମୁକାବିଲା କରିବା ଲାଗି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କେବଳ ସ୍ୱାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ବ୍ୟବସ୍ଥା ଜାରି ରହିଥିବା ବେଳେ ଘରୁ ବାହାରକୁ ବାହାରିବା କ୍ଷେତ୍ରରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । 

୭୦ଟି ସ୍ୱାସ୍ଥ୍ୟ ଟିମ୍ ଆଜି ସହରର ବିଭିନ୍ନ ଅଞ୍ଚଳର ଘରଘର ବୁଲି ବୁଲି ସ୍କ୍ରିନଂ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶସାନର ଏଭଳି ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶସାନର ନିର୍ଦ୍ଦେଶ କ୍ରମେ ଘରଘର ବୁଲି  ଲୋକଙ୍କ ସ୍କ୍ରିନିଂ କରୁଛୁ। ଯାହାର ବି ଲକ୍ଷଣ ଜଣାପଡୁଛି ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍ ଟେଷ୍ଟ୍ ପାଇଁ ପଠାଉଛୁ ବୋଲି ସ୍ୱାସ୍ଥ୍ୟକର୍ମୀ କହିଛନ୍ତି ।

Add Zee News as a Preferred Source

ବ୍ରହ୍ମପୁର ସହରରେ ସ୍ଥିତି ଟିକେ ଜଟିଳ ହୋଇପଡିଛି। ସାଧାରଣ ଲୋକଙ୍କ ସମେତ କୋରୋନା ଯୋଦ୍ଧା ସହରରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୮ ଜଣ ଓ ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ୫ ଜଣ ପୋଲିସ୍ କର୍ମଚାରୀ ପଜିଟିଭ୍ ଆକ୍ରାନ୍ତ ହୋଇଥିବା ଗଞ୍ଜାମ ଓ ବ୍ରହ୍ମପୁର ଏସପି ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି। କୋରୋନା ଭୂତାଣୁ ସଂକ୍ରମିତରୁ ରକ୍ଷା ପାଇବା ପାଇଁ ବିଶୋଧିତ କରାଯାଉଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ର। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାକୁ ସାନିଟାଇଜ୍ କରାଯାଇଥିବା ଅଗ୍ନିଶମ ବିବାଗ ଅଧିକାରୀ କହିଛନ୍ତି।

About the Author