ଇଭିଏମକୁ ନା, ଉତ୍ତରାଖଣ୍ଡ ଯୁବକଙ୍କ ନିଆରା ଉଦ୍ୟମ ପଦଯାତ୍ରା

ଇଭିଏମ ବ୍ୟାନ କରିବା ଦାବି ନେଇ ଉତ୍ତରାଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତିଙ୍କ ନିଆରା ଉଦ୍ୟମ ।

ଇଭିଏମକୁ ନା, ଉତ୍ତରାଖଣ୍ଡ ଯୁବକଙ୍କ ନିଆରା ଉଦ୍ୟମ ପଦଯାତ୍ରା
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଧାଶ୍ୟାମ ଆଚାର୍ଯ୍ୟ, ଵ୍ରହ୍ମପୁର: ଇଭିଏମ୍( ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ) ବ୍ୟାନ କରିବା ଦାବି ନେଇ ଉତ୍ତରାଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତିଙ୍କ ନିଆରା ଉଦ୍ୟମ । ଅଙ୍କାର ସିଂ ଧିଲନ୍ ନାମକ ଏହି ବ୍ୟକ୍ତି ଜଣକ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ଭାରତ ଭ୍ରମଣ କରିବା ସହ ଜନ ସଚେତନ ସୃଷ୍ଟି କରୁଛନ୍ତି । ଇଭିଏମ ମେସିନ ବନ୍ଦ କରିବା ଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କୁ କରୁଛନ୍ତି ଜନ ଜାଗରଣ । 

c

୨୦୧୯ ଅଗଷ୍ଟ ମାସରେ ଉତ୍ତରାଖଣ୍ଡରୁ ଏହି ବ୍ୟକ୍ତି ଜଣକ ବାହାରିଥିବା ବେଳେ ବର୍ତ୍ତମାନ ୪ ହଜାର କିଲମିଟରରୁ ଅଧିକ ରାସ୍ତା ଅତିକ୍ରମ କରିସାରିଲେଣି । ୧୬ ହଜାର କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି । ଉତ୍ତରାଖଣ୍ଡରୁ ନିଜର ଯାତ୍ରା ଆରମ୍ଭ କରିଥିବା ଅଙ୍କାର ପ୍ରଥମେ ୟୁପି, ଦିଲ୍ଲୀ, ହରିଆଣା, ରାଜସ୍ଥାନ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଦେଇ ଓଡିଶାରେ ପ୍ରବେଶ କରିଛନ୍ତି । 

x

ସୋମବାର ସକାଳୁ ବ୍ରହ୍ମପୁରରେ ସେ ପହଞ୍ଚିଥିଲେ । ସହରରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ରାସ୍ତାରେ ଯେଉଁମାନେ ତାଙ୍କ ସହ କଥାବାର୍ତ୍ତା କରନ୍ତି ସେ ଇଭିଏମ୍ ମେସିନ ବନ୍ଦ କରିବା ସମ୍ପର୍କରେ କହିଥାନ୍ତି । ଏହା ପରେ ତାଙ୍କୁ ସମର୍ଥନ ମଧ୍ୟ ମିଳିଥିବା ସେ ପ୍ରକାଶ କରିଛନ୍ତି । ଏବେ ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛନ୍ତି । ପରେ ପରେ ପଶ୍ଚିମବଙ୍ଗ ହୋଇ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏହି ଦାବି ଉପସ୍ଥାପନା କରିବେ ।

ଆହୁରି ପଢ଼ନ୍ତୁ; ମୁଁ ନର୍ସରୁ କେମିତି OAS ପାଇଲି।।।