ଗଞ୍ଜାମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୬୨ ବର୍ଷୀୟ ଅଭିଯୁକ୍ତ ଅଟକ
Advertisement

ଗଞ୍ଜାମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୬୨ ବର୍ଷୀୟ ଅଭିଯୁକ୍ତ ଅଟକ

ଗଞ୍ଜାମ ପାଟପୁର ଅଞ୍ଚଳରେ ଲଜ୍ଜା । ଛଅ ବର୍ଷର ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ  । ଚାଇଲଡ ଲାଇନ୍ ମାଧ୍ୟମରେ ଉଦ୍ଧାର ହେଲେ ପୀଡିତା । ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାଶକୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ ଚାଲିଛି । 

ପ୍ରତୀକାତ୍ମକ ଫଟୋ

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ପାଟପୁର ଅଞ୍ଚଳରେ ଲଜ୍ଜା । ଛଅ ବର୍ଷର ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ  । ଚାଇଲଡ ଲାଇନ୍ ମାଧ୍ୟମରେ ଉଦ୍ଧାର ହେଲେ ପୀଡିତା । ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାଶକୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ ଚାଲିଛି । 

ସାରା ଦେଶରେ ଦୁଷ୍କର୍ମକୁ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହା ଥମିବାର ନାଁ ଥରୁନି । ଗଞ୍ଜାମରୁ ପୁଣି ଆସିଛି ଏକ ଲଜ୍ଜାଜନକ ଦୁଷ୍କର୍ମ ଘଟଣା । ଏକ ନାବାଳିକାକୁ ୬୨ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏବେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାଶ ପୋଲିସ ହେପାଜତରେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୫ ଦିନ ଭିତରେ ଜିଲ୍ଲାରେ ୧୦ଟି ନାବାଳିକା ଦୁଷ୍କର୍ମ ଘଟଣା ସାମନାକୁ ଆସିଛି । ସାନଖେମୁଣ୍ଡି, ଖଲ୍ଲିକୋଟ , ଦିଗପହଣ୍ଡି ପରେ ଆଜି ପାଟପୁର ଥାନା ଅନ୍ତର୍ଗତ ଟିକରପଡା ନିକଟସ୍ଥ ଏକ ଗାଁରେ ଦୁଷ୍କର୍ମର ଶୀକାର ହୋଇଛନ୍ତି ନାବାଳିକା । ଆଉ ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

ଆହୁରି ପଢନ୍ତୁ; 'ନିର୍ଭୟା' ଦୁଷ୍କର୍ମକାରୀର ଦାବି: 'ମୁଁ ରାଜକ୍ଷମା ଆବେଦନ କରିନାହିଁ'