Advertisement
Article Detail0/zeeodisha/odisha675768
Zee OdishaBerhampurସୁରତରୁ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ସୂଚନା

ସୁରତରୁ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ସୂଚନା

ଓଲଟିଲା ବସ, ଜଣେ ମୃତ

ସୁରତରୁ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ସୂଚନା

ନୂଆଦିଲ୍ଲୀ: ସୁରତରୁ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ। ଗଞ୍ଜାମର କଳିଙ୍ଗା ଘାଟିରେ ଉକ୍ତ ବସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଜଣକ ଚିତ୍ତରଞ୍ଜନ ସେଠୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ସୁରତରୁ ଆସୁଥିବା ଶ୍ରୀପଟେଲ(GJ18X2693) ନାମକ ଏକ ବସ ଆଜି ସନ୍ଧ୍ୟା ଗଞ୍ଜାମରେ ପହଞ୍ଚିବାର ଥିଲା। ଆଉ ମାତ୍ର କିଛି ସମୟ ପରେ ପ୍ରବାସୀ ଓଡ଼ିଆ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥାନ୍ତେ। ମାତ୍ର କଳିଙ୍ଗାଘାଟିର ତଳେ ଉକ୍ତ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ରହିଛି। କଳିଙ୍ଗାଘାଟିର ଅନ୍ଧାରକୁଟି ଅଞ୍ଚଳରେ ବୁଲାଣିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇଁ ଜି ଉଦୟଗିରିର ଏସଡିପିଓ, ଆଇଆଇସି ପ୍ରମୁଖ ଯାଇ ପହଞ୍ଚିଥିଲେ। ଦମକଳବାହିନୀ ସହାୟତା ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ସେହିପରି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ରହିଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ଜଣାପଡ଼ିଛି। 

Add Zee News as a Preferred Source