ଯୁବକଙ୍କ ମୁଣ୍ଡ କାଟି ହତ୍ୟା

ବୋରସିଂ ଗ୍ରାମର ନୀଳାଞ୍ଚଳ ପ୍ରଧାନ ଗତକାଲି ରାତି ୮ଟା ସମୟରେ ଗ୍ରାମର ୨ ଜଣ ଯୁବକଙ୍କ ସହ କେଉଁଆଡେ ବୁଲିବାକୁ ଚାଲି ଯାଇଥିଲେ । ଘରେ ସମସ୍ତେ ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୂଚନା ପାଇନଥିଲେ ।

ଯୁବକଙ୍କ ମୁଣ୍ଡ କାଟି ହତ୍ୟା
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଗଞ୍ଜାମର ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମ ସ୍ଥିତ କେଶବ ତୋଟା ବିଲ ନିକଟରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବୋରସିଂ ଗ୍ରାମର ନୀଳାଞ୍ଚଳ ପ୍ରଧାନ (୨୩) । ମୃତକଙ୍କ ଦେହରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ମୃତଦେହ ନିକଟରେ ହିଁ ମୁଣ୍ଡଟି ପଡିଛି । ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । 

ସୂଚନା ଅନୁସାରେ, ବୋରସିଂ ଗ୍ରାମର ନୀଳାଞ୍ଚଳ ପ୍ରଧାନ ଗତକାଲି ରାତି ୮ଟା ସମୟରେ ଗ୍ରାମର ୨ ଜଣ ଯୁବକଙ୍କ ସହ କେଉଁଆଡେ ବୁଲିବାକୁ ଚାଲି ଯାଇଥିଲେ । ଘରେ ସମସ୍ତେ ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୂଚନା ପାଇନଥିଲେ । ସକାଳୁ ସକାଳୁ ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ନିକଟରେ ଏକ ମୁଣ୍ଡ ବିହୀନ ମୃତଦେହ ପଡିରହିଥିବା ସହ ନିକଟରେ ମୁଣ୍ଡଟି ମଧ୍ୟ ପଡି ରହିଥିବା ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲା । ଏହାସହ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।