ଦିଗପହଣ୍ଡି କୋରେଇସୁଣିରେ ଦୁର୍ଘଟଣା, ୧ ମୃତ
Advertisement

ଦିଗପହଣ୍ଡି କୋରେଇସୁଣିରେ ଦୁର୍ଘଟଣା, ୧ ମୃତ

ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ କୋରେଇସୁଣି ଛକ ନିକଟରେ ଦୁର୍ଘଟଣା । 

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ମହାନ୍ତି, ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ କୋରେଇସୁଣି ଛକ ନିକଟରେ ଦୁର୍ଘଟଣା । ଯାତ୍ରୀବାହୀ ବସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାରାୟଣପୁର ଗ୍ରାମର ବିଷ୍ଣୁ ଦଳ ବେହେରା । 

ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା ।  କ୍ଷତିପୂରଣ ଦାବି ନେଇ ଶବ ରାସ୍ତା ଉପରେ ରଖି ଦିଗପହଣ୍ଡି ଓ ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଥିଲେ ଗ୍ରାମବାସୀ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ; ସୁରତରେ ଓଡିଶା ମହୋତ୍ସବ; ଯୋଗ ଦେଲେ ବିଧାୟକ, ସାଂସଦ ଓ ମନ୍ତ୍ରୀ