• ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।
  • ଦିଲ୍ଲୀରେ ଅଶାନ୍ତି ବାତାବରଣ, ଉପୁଜିଲା ଆଇନଶୃଙ୍ଖଳା ପରିସ୍ଥିତି
  • ଦିଲ୍ଲୀ-NCR ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ

ପାର୍କିଂ ଫି କଟକଣାକୁ ଫୁ: ବେଧଡକ୍ ଚାଲିଛି ପାର୍କିଂ ଫି ଆଦାୟ

ବ୍ରହ୍ମପୁର ସହରର ବିଭିନ୍ନ ସପିଂ ମହଲ ଓ ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ବେଆଇନ୍ ଓ ବେଧଡକ ଭାବେ ଆଦାୟ କରାଯାଇଛି ପାର୍କିଂ ଫି। ସରକାରୀ ନିତି ନିୟମ ଉଲ୍ଲଘଂନ କରି ପ୍ରତିଦିନ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି ଲକ୍ଷାଧିକ ଟଙ୍କା। ବ୍ୟବସାୟିକ  ଅନୁଷ୍ଠାନ ଗୁଡିକର ୪୦ପ୍ରତିଶତ ଯାଗା ପାର୍କିଂ ନିମନ୍ତେ ଛାଡିବା ଲାଗି ବିଡିଏର ନିୟମ ରହିଥିଲେ ମଧ୍ୟ କେହି ମାନୁ ନଥିବା ଦେଖିବାକୁ ମିଳିଛି। 

ପାର୍କିଂ ଫି କଟକଣାକୁ ଫୁ: ବେଧଡକ୍ ଚାଲିଛି ପାର୍କିଂ ଫି ଆଦାୟ
illegal parking fee

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ସପିଂ ମହଲ ଓ ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ବେଆଇନ୍ ଓ ବେଧଡକ ଭାବେ ଆଦାୟ କରାଯାଇଛି ପାର୍କିଂ ଫି। ସରକାରୀ ନିତି ନିୟମ ଉଲ୍ଲଘଂନ କରି ପ୍ରତିଦିନ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି ଲକ୍ଷାଧିକ ଟଙ୍କା। ବ୍ୟବସାୟିକ  ଅନୁଷ୍ଠାନ ଗୁଡିକର ୪୦ପ୍ରତିଶତ ଯାଗା ପାର୍କିଂ ନିମନ୍ତେ ଛାଡିବା ଲାଗି ବିଡିଏର ନିୟମ ରହିଥିଲେ ମଧ୍ୟ କେହି ମାନୁ ନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭୁବନେଶ୍ୱର  ପରେ ଏବେ ବ୍ରହ୍ମପୁର ସହରରେ ସପିଂ ମହଲ ଗୁଡିକ ରୁ ପାର୍କିଂ ଫି ଆଦାୟ ଉପରେ ମହାନଗରର ନିଗମ କଟକଣା ଜାରି  କରିବା ସହ ପାର୍କିଂ ନଥିବା ବିଭିନ୍ନ ଅନୁଷ୍ଠାନକୁ ନୋଟିସ ଜାରି କରିଛି।

ଭୁବନେଶ୍ୱର  ପରେ ଏବେ ବ୍ରହ୍ମପୁର ସହରରେ ବେଆଇନ୍ ପାର୍କିଂ ଫି ଉପରେ କଟକଣା ଜାରି କରିଛି ବିଡିଏ। ଏହି କ୍ରମରେ ସପିଂ ମହଲ, ହୋଟେଲ,ଲଜ୍ଜ ଓ ବିଭିନ୍ନ  ଅନୁଷ୍ଠାନ ମାଲିକ ଗ୍ରାହକଙ୍କ ଠାରୁ ଫାଇନ ଆଦାୟ ଉପରେ କଟକଣା ଜାରି କରି ନୋଟିସ କରିଛି ବ୍ରହ୍ମପୁର ଉନ୍ନୟନ କତୃପକ୍ଷ। ହେଲେ ନିୟମ ପ୍ରତି ଯେମିତି କାହାରି ଖାତିରି  ନାହିଁ । ପ୍ରତିଦିନ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି ପାର୍କିଂ ଫି ବାବଦକୁ ଲକ୍ଷ ଲକ୍ଷ ଟଙ୍କା । ଯାହା ଫଳରେ ଗ୍ରାହକଙ୍କ ମଧ୍ୟରେ ଦେଖା ଦେଉଛି ଅସୋନ୍ତଷ । ଏପରିକି ଅନେକ ବ୍ୟବସାୟିକ  ଅନୁଷ୍ଠାନ ବିଡିଏର ନିୟମ କୁ ଖାତାର ନକରି ବିନା ପାର୍କିଂ ସ୍ଥାନରେ ଚଳାଇଛନ୍ତି ବ୍ୟବସାୟିକ  ଅନୁଷ୍ଠାନ। ଯାହା ଫଳରେ ଅଣ ଓସାର ରାସ୍ତା ରେ ଯାତାୟାତ କରିବା ଜେମିତି ମୁସ୍କିଲ ହୋଇଗଲାଣି। ଏଭଳି ସ୍ଥିତିରେ ମହାନଗରର ନିଗମ ଓ ବ୍ରହ୍ମପୁର ଉନ୍ନୟନ ପରିଷଦ ମିଳିତ ଦୃଷ୍ଟି ଦେବା କୁ ଦାବି ହୋଇଛି ।

ବିଡିଏ ର ନିୟମ ଅନୁସାରେ ଯେ କୌଣସି ମହଲ ହେଉ ଅବା ବ୍ୟବସାୟିକ  ଅନୁଷ୍ଠାନ ନିର୍ମାଣ ପୁର୍ବରୁ 40% ଜାଗା ପାର୍କିଂ ବାବଦ କୁ ଛାଡିବା କଥା। ହେଲେ ସହରରେ ସହ ସହ ଅନୁଷ୍ଠାନ ନିୟମ ର ଖିଲାପ କରିଥିବା ନଜର କୁ ଆସିଛି ।ଜାହାକୁ ଦୃଷ୍ଟି ରେ ରଖି 2 ସହର  ରୁ ଉର୍ଦ୍ଧ  ବ୍ୟବସାୟିକ ଅନୁଷ୍ଠାନ କୁ ଫାଇ ନ ଆଦାୟ କରିବା ଲାଗି ନୋଟିସ ଜାରି କରିଛନ୍ତି ମହାନଗର ନିଗମ । ତେବେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବିଡିଏ ଓ ବି ଏମ ସି ।