Advertisement
Article Detail0/zeeodisha/odisha676813
Zee OdishaBerhampurବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା, ୧୨ ଜଣଙ୍କ ନାଁରେ ମାମଲା ରୁଜୁ

ବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା, ୧୨ ଜଣଙ୍କ ନାଁରେ ମାମଲା ରୁଜୁ

କିଛି ଦିନ ତଳେ କିଛି ସୁରତ ଫେରନ୍ତା କ୍ୱେରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିଲେ । ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା । ଦୁଇଟି ମାମଲା ରୁଜୁ କଲା ପୋଲିସ । ଏହାସହ ୧୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ଫେରର ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କାବୁ କରି ପୁଣିଥରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ସୂଚନା ଦେଇଛନ୍ତି । 

କିଛି ଦିନ ତଳେ କିଛି ସୁରତ ଫେରନ୍ତା କ୍ୱେରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିଲେ । ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଗଞ୍ଜାମରେ ୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ପୂର୍ବରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଅନ୍ୟ ଏକ ମାମଲା ସାମ୍ନାକୁ ଆସିଥିଲା । ସେପଟେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ପହଞ୍ଚିଛି । 

Add Zee News as a Preferred Source
About the Author