ବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା, ୧୨ ଜଣଙ୍କ ନାଁରେ ମାମଲା ରୁଜୁ
Advertisement
Article Detail0/zeeodisha/odisha676813

ବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା, ୧୨ ଜଣଙ୍କ ନାଁରେ ମାମଲା ରୁଜୁ

କିଛି ଦିନ ତଳେ କିଛି ସୁରତ ଫେରନ୍ତା କ୍ୱେରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିଲେ । ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବେଗୁନିଆପଡ଼ା କ୍ୱାରେଣ୍ଟାଇନ ହୋମରୁ ଚମ୍ପଟ ମାରିବା ଘଟଣା । ଦୁଇଟି ମାମଲା ରୁଜୁ କଲା ପୋଲିସ । ଏହାସହ ୧୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ଫେରର ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କାବୁ କରି ପୁଣିଥରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ସୂଚନା ଦେଇଛନ୍ତି । 

କିଛି ଦିନ ତଳେ କିଛି ସୁରତ ଫେରନ୍ତା କ୍ୱେରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିଲେ । ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଗଞ୍ଜାମରେ ୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ପୂର୍ବରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଅନ୍ୟ ଏକ ମାମଲା ସାମ୍ନାକୁ ଆସିଥିଲା । ସେପଟେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ପହଞ୍ଚିଛି । 

;