ବସ ଦୁର୍ଘଟଣା: କନିଷ୍ଠ ଯନ୍ତ୍ରୀ ଓ ଏସଡ଼ିଓ ନିଲମ୍ବିତ

ବସ ଦୁର୍ଘଟଣା: ଶକ୍ତିମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ବସ ଦୁର୍ଘଟଣା: କନିଷ୍ଠ ଯନ୍ତ୍ରୀ ଓ ଏସଡ଼ିଓ ନିଲମ୍ବିତ

ବ୍ରହ୍ମପୁର: ଗତକାଲି ବ୍ରହ୍ମପୁରର ଗୋଳନ୍ଥରାରେ ଘଟିଥିବା ଲୋମଟାଙ୍କୁରା ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ରାଜ୍ୟ ଶକ୍ତି ମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘଟଣାରେ ପ୍ରାଥମିକ ସ୍ତରରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଏସଡ଼ିଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। 

ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବସଟି ୧୧ କେଭି ବିଦ୍ୟୁତ ତାରରେ ଲାଗି ଯିବାରୁ ତାହା ଜଳି ଯାଇଥିଲା। ଘଟଣାସ୍ଥଳରେ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ପରବର୍ତ୍ତି ସମୟରେ ତାହା ୧୦କୁ ବୃଦ୍ଧି ପାଇଥିଲା। 

ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାର ବେଶ ତତ୍ପର ପ୍ରକାଶ କରିଛନ୍ତି। ଘଟଣା ସହିତ ଜଡ଼ିତ ବିଭାଗ ଗୁଡ଼ିକ ବେଶ ତତ୍ପରତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶକ୍ତିମନ୍ତ୍ରୀ ଦୁଇ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ପରିବହନ ବିଭାଗ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି କି, ଜିଲ୍ଲୀ ପ୍ରଶାସନ ଓ ପରିବହନ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ପଠାଇଦେବେ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ବସ ଯେଉଁ ରୁଟରେ ଯାଉଥିଲା, ସେ ନେଇ ଅନୁମତି ମିଳିଥିଲା କି ନାହିଁ ମଧ୍ୟ ଅନୁଧ୍ୟାନ କରାଯିବା ସହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।