close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦଶହରାରେ ଝଲସୁଛି ରେଶମ ସହର

ବ୍ରହ୍ମପୁରରେ ଦୁର୍ଗାପୂଜା ପୂଜା କମିଟି ମଧ୍ୟରେ ଚାଲିଛି ପ୍ରତିଯୋଗିତା  ୬୩ ବର୍ଷରେ ପଦାର୍ପଣ କରିଛି ବିଜିପୁର ମେଢ଼ ୬୭ ବର୍ଷ ହେଲା ପୂଜା କରିଆସୁଛି କମାପଲୀ ପୂଜା କମିଟି

ଦଶହରାରେ ଝଲସୁଛି ରେଶମ ସହର

ବ୍ରହ୍ମପୁର: ସାରା ରାଜ୍ୟରେ ଖୁବ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ବିଜୟା ଦଶମୀ । ରେଶମ ସହର ବ୍ରହ୍ମପୁର ମଧ୍ୟ ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଛି । ବ୍ରହ୍ମପୁର ସହରରେ ମହାଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ଦୁର୍ଗାପୂଜା ପୂଜା କମିଟି ମଧ୍ୟରେ ଲାଗିଛି ପ୍ରତିଯୋଗିତା । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ବ୍ରହ୍ମପୁର ସହର ।

ହନୁମାନ ବଜାର, କମାପଲ୍ଲୀ, ଗୋଇଲୁଣ୍ଡି, ସୁବାରାଓ ଛକ ଭଳି ପୂଜାମଣ୍ଡପରେ ଆକର୍ଷଣୀୟ ତୋରଣ ସମସ୍ତଙ୍କ ମନ ମୋହୁଛି । ସହରର ଅନ୍ୟତମ ପୁରୁଣା ଓ ପ୍ରମୁଖ ମେଢ଼ର ମାନ୍ୟତା ପାଇଥିବା ବିଜିପୁର ମେଢ଼ ଚଳିତବର୍ଷ ୬୩ ବର୍ଷରେ ପଦାର୍ପଣ କରିଛି । ତେଣୁ ଚଳିତଥର କୋଲକାତାରୁ କାରିଗର ଆସି ଏଠାରେ ପ୍ରସ୍ତୁତ କରିଛନ୍ତି ମା'ଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତ୍ତୀ ।

ସେହିପରି ସହରର ଅନ୍ୟତମ ପୂଜାମଣ୍ଡପ କମାପଲୀ ପୂଜା କମିଟି ପକ୍ଷରୁ ପ୍ରାୟ ୬୭ ବର୍ଷ ହେଲା ଦୁର୍ଗା ପୂଜା ହୋଇଆସୁଛି । ଚଳିତବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଵତନ୍ତ୍ର କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ସୁନ୍ଦର ତୋରଣ ।
ଗତ କିଛି ବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରେଶମ ସହର ବ୍ରହ୍ମପୁରରେ ଦୁର୍ଗା ପୂଜାକୁ ଧୁମଧାମରେ ପାଳନ କରି ପାରୁନଥିଲେ ସହରବାସିନ୍ଦା । ହେଲେ ଚଳିତବର୍ଷ ପାଗ ଭଲଥିବାରୁ ମା'ଙ୍କ ପୂଜାକୁ ବଡ଼ ଧୁମଧାମରେ ପାଳନ କରୁଛନ୍ତି ସହରବାସୀ ।
ଆଜି ମା'ଙ୍କ ପୂଜାର ଶେଷ ଦିନ ବା ବିଜୟା ଦଶମୀ ହୋଇଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଯାହାକୁ ନେଇ ସବୁ ପ୍ରକାରର ପ୍ରସ୍ତୁତି କରିଛନ୍ତି ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା । ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ସୁବ୍ୟବସ୍ଥିତ ଢଙ୍ଗରେ ମା'ଙ୍କ ଦର୍ଶନ କରିପାରିବେ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । 

ସେପଟେ ଆଜି ସକାଳୁ ମା'ଙ୍କ ଦର୍ଶନ ପାଇଁ ଦଶହରା ଦିନ ସକାଳୁ ସବୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଦିନ ଯେତେଯେତେ ଗଡୁଛି, ଭିଡ଼ ସେତେସେତେ ବଢ଼ୁଛି । ମା'ଙ୍କ ପାଇଁ ଅପେକ୍ଷା କରି ରହିଥିବା ଭକ୍ତମାନେ ଓ ସେମାନଙ୍କର ପରିବାର ଦୂରଦୁରାନ୍ତରୁ ଆସି ନିଜ ପରିବାର ସହ ମା'ଙ୍କର ଦର୍ଶନ କରୁଛନ୍ତି । ବର୍ଷକ ପରେ ଧରାବତରଣ କରିଥିବା ମା'ଙ୍କ ପୂଜାର ଅନ୍ତିମ ପର୍ଯ୍ୟାୟରେ ମା'ଙ୍କୁ ଦର୍ଶନପୂର୍ବକ ଆଶିଷ ଲାଭ କରିବାକୁ ସକାଳୁ ଭକ୍ତମାନେ ସପରିବାର ଦେବୀ ପୀଠ ଓ ମଣ୍ଡପମାନଙ୍କରେ ବସି ରହିଛନ୍ତି ।