close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଦାୟ ନେବେ ମାଆ କାଳୁଆ ଦେବୀ

ଗୋଶାଣୀନୂଆଗାଁ ଅଞ୍ଚଳରେ ବେଶ ଯାକଯମରେ ସହକାରରେ ଚାଲିଛି ମାଆ କାଳୁଆ ଦେବୀଙ୍କ ଯାତ୍ରା । ମାଙ୍କ ଯାତ୍ରାକୁ ନେଇ ଚଳ ଚଞ୍ଚଳ ଗାଁ ଦାଣ୍ଡ । ଭକ୍ତଙ୍କ ଗହଳି ଚହଳି ସାଙ୍ଗକୁ ଝିଲି ମିଲି ଆଲୋକ ମାଳାରେ ଝଲସି ଉଠୁଛି ପୁରା ପରିବେଶ । ଅମାବାସ୍ୟା ଠାରୁ  କୁମାର ପୁର୍ଣିମା ପର୍ଯ୍ୟନ୍ତ ମାଆ ଆସ୍ଥାୟୀ ମଣ୍ଡପ ରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଏଥିଲାଗି ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ମାଆଙ୍କ ଦର୍ଶନ ମୀନା ବଜାରର ମଜା ନେଉଛନ୍ତି ଲୋକେ । ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସହ ଆଶୀର୍ବାଦ ନେବାକୁ ଭୁଲୁନାହାନ୍ତି  ପିଲା ଠୁ ବୁଢ଼ା । କୁମାର ପୂର୍ଣ୍ଣିମା ମଧ୍ୟ ରାତ୍ରିରେ ମାଆ କାଳୁଆ  ଦେବୀ ମେଲାଣି ନେବେ । ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଆ ମୁଖ୍ୟ ମନ୍ଦିରକୁ ଫେରିବେ ।

ବିଦାୟ ନେବେ ମାଆ କାଳୁଆ ଦେବୀ
ସୁଚିତ୍ରା ସେଣ୍ଡ୍ /ଗଞ୍ଜାମ: ଗୋଶାଣୀନୂଆଗାଁ ଅଞ୍ଚଳରେ ବେଶ ଯାକଯମରେ ସହକାରରେ ଚାଲିଛି ମାଆ କାଳୁଆ ଦେବୀଙ୍କ ଯାତ୍ରା । ମାଙ୍କ ଯାତ୍ରାକୁ ନେଇ ଚଳ ଚଞ୍ଚଳ ଗାଁ ଦାଣ୍ଡ । ଭକ୍ତଙ୍କ ଗହଳି ଚହଳି ସାଙ୍ଗକୁ ଝିଲି ମିଲି ଆଲୋକ ମାଳାରେ ଝଲସି ଉଠୁଛି ପୁରା ପରିବେଶ । ଅମାବାସ୍ୟା ଠାରୁ  କୁମାର ପୁର୍ଣିମା ପର୍ଯ୍ୟନ୍ତ ମାଆ ଆସ୍ଥାୟୀ ମଣ୍ଡପ ରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଏଥିଲାଗି ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ମାଆଙ୍କ ଦର୍ଶନ ମୀନା ବଜାରର ମଜା ନେଉଛନ୍ତି ଲୋକେ । ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସହ ଆଶୀର୍ବାଦ ନେବାକୁ ଭୁଲୁନାହାନ୍ତି  ପିଲା ଠୁ ବୁଢ଼ା । କୁମାର ପୂର୍ଣ୍ଣିମା ମଧ୍ୟ ରାତ୍ରିରେ ମାଆ କାଳୁଆ  ଦେବୀ ମେଲାଣି ନେବେ । ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଆ ମୁଖ୍ୟ ମନ୍ଦିରକୁ ଫେରିବେ ।
 
ପ୍ରତ୍ୟେକ ବର୍ଷ ଅଶ୍ୱିନୀ ମାସ ଅମାବାସ୍ୟା ତିଥିରେ ଆୟୋଜିତ ହୁଏ ଗଞ୍ଜାମ ଜିଲ୍ଲା ଗୋଶାଣୀନୂଆ ଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ କାଳୁଆଙ୍କ ଯାତ୍ରା ।  ରୀତିନୀତି ଅନୁସାରେ  ଶାଶୁଘରୁ ମାଆଙ୍କୁ ପାଛୋଟି ଆଣି ବାପଘର କୁହାଯାଉଥିବା ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥାଏ । ଦୀର୍ଘ ୧୫ଦିନ ଧରି ମାଆ ଆସ୍ଥୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଗୋଶାଣୀନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବି ମାଆ କାଳୁଆଙ୍କ ଏହି ଯାତ୍ରା କେଉଁ ଆବାହନ କାଳରୁ ଚାଲି ଆସୁଛି ।  ମାଆଙ୍କ ଏହି ଯାତ୍ରାକୁ ନେଇ ବହୁ କଥା ବସ୍ତୁ ଯୋଡି ହୋଇ ରହିଛି । ଚାରିଶହ ବର୍ଷ ତଳେ ମରଠା ମାନେ ଯେତେବେଳେ ମହୁରି ଗଡ଼ ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେତେବେଳେ ତତକାଳୀନ ମହୁରିଗଡ଼ ରାଜା ଇଷ୍ଟଦେବୀ ମାଆ କାଳୁଆଙ୍କୁ ପୂଜାର୍ଚ୍ଚନା କରିଥିଲେ । ମାଆ ଶତ୍ରୁ ପକ୍ଷକୁ ବିତାଡିତ କରିବା ପାଇଁ ନିଜେ ଘୋଡାରେ ଆସି ଆକ୍ରମଣ କରିଥିଲେ । ସେବେଠାରୁ ମାଆଙ୍କ ଏହି ବାର୍ଷିକ ବିଜୟ ଯାତ୍ରା ପାଳନ ହୋଇଆସୁଥିବା ନେଇ କିମ୍ବଦନ୍ତୀ ରହିଛି ।
 
ମାଆଙ୍କ ପୂଜାର୍ଚ୍ଚନା ବେଳେ  ନାମ ଯଜ୍ଞ ,ସଙ୍କୀର୍ତ୍ତନ ସାଙ୍ଗକୁ ମନ୍ତ୍ର ଧ୍ୱନିରେ ଫାଟି ପଡେ ପୂରା ପରିବେଶ । ମାଆ ସାନ୍ତାଣୀଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆ ଙ୍କ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଥାଏ ।  ଏହି ୧୫ ଦିନ  ମାଆ କାଳୁଆଙ୍କ  ଦର୍ଶନ ସହ ପୂଜାର୍ଚ୍ଚନା କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।
 
ମାନସିକ ପୂରଣ ସହ  ଗାଁର ମଙ୍ଗଳ ପାଇଁ ପ୍ରତି ବର୍ଷ ଏହି ଯାତ୍ରାର ଆୟୋଜନ କରାଯାଏ । ମାଆ କାଳୁଆ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ସୁନ୍ଦର ଆଲୋକ ସଜ୍ଜା । ଗାଁରେ ସଜାଯାଇଥିବା ରଙ୍ଗ ବେରଙ୍ଗର ଝିଲି ମିଲି ଆଲୋକମାଳା ସମସ୍ତଙ୍କୁ ଆକର୍ଷିତ କରିଥାଏ । ମାଆ ଯେପରି ବାପା ଘରକୁ ବୁଲି ଆସିଛନ୍ତି  ସେହିପରି ଝିଅ ବୋହୁ ମାନେ ମଧ୍ୟ ଏହି ସମୟରେ ନିଜ ନିଜ ବାପ ଘରକୁ ବୁଲି ଆସିଥାନ୍ତି । ଘରେ ଘରେ ଏହି ସମୟରେ କୁଣିଆବନ୍ଧୁଙ୍କ ଭିଡ଼  ଜମେ । ଅସ୍ଥାୟୀ ମଣ୍ଡପ ପାଖରେ ପଡିଥାଏ  ମୀନା ବଜାର । ମାଆଙ୍କ ଦର୍ଶନ ସାଙ୍ଗକୁ ପିଲା ଠାରୁ ବୁଢା  ସମସ୍ତେ  ମାନା ବଜାରରେ ବୁଲାବୁଲି କରନ୍ତି । ଘରକରଣା ସାମଗ୍ରୀ କିଣିବା ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେବାକୁ ମଧ୍ୟ କେହି ଭୁଲନ୍ତି ନାହିଁ । ଏଥି ପାଇଁ ପ୍ରତିବର୍ଷ ମାଆଙ୍କ କାଳୁଆ ଯାତ୍ରାକୁ ସମସ୍ତେ ଚାହିଁ ରହିଥାନ୍ତି ।
 
କାଳୁଆ ଯାତ୍ରା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୁମାର ପୂର୍ଣ୍ଣିମା ଦିନ ମଧ୍ୟରାତ୍ରିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ମାଆଙ୍କୁ ବିଦାୟ ଦିଆଯାଏ ।