ରୋଗୀଙ୍କ ମୃତ୍ୟୁ ଘଟଣା, ବ୍ରହ୍ମପୁର ଗୁରୁ ଦେବ ହସ୍ପିଟାଲ ସିଲ

ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । 

ରୋଗୀଙ୍କ ମୃତ୍ୟୁ ଘଟଣା, ବ୍ରହ୍ମପୁର ଗୁରୁ ଦେବ ହସ୍ପିଟାଲ ସିଲ
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟଣା । ଗୁରୁ ଦେବ ହସ୍ପିଟାଲକୁ ସିଲ କଲା ଜିଲ୍ଲା ପ୍ରଶାସନ । ଶୁକ୍ରବାର ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ପିଟାଲକୁ ସିଲ କରାଯାଇଥିଲା । 

କିଛି ଦିନ ପୂର୍ବରୁ ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରଠାରେ ଥିବା ଗୁରୁ ଦେବ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ରାତି ତମାମ ହସ୍ପିଟାଲ ପରିସରରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । 

ଏପରିକି ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । 

ଆହୁରି ପଢ଼ନ୍ତୁ; ଆଜିଠୁ 'ଖେଲୋ ଇଣ୍ଡିଆ', ଉଦଘାନଟ କରିବେ ପ୍ରଧାନମନ୍ତ୍ରୀ