• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ବ୍ରହ୍ମପୁର ITIକୁ କେନ୍ଦ୍ରୀୟ ମୋହର: ଦେଶର ଶ୍ରେଷ୍ଠ ୧୦୦ରେ ପାଇଲା ସ୍ଥାନ

କେନ୍ଦ୍ର ସରକାରଙ୍କ MSDE ପକ୍ଷରୁ ଦେଶର ସମସ୍ତ ଆଇଟିଆଇକୁ ହୋଇଥିବା ଚୟନ ପକ୍ରିୟାରେ ଶୀର୍ଷ ଶହେ ତାଲିକାରେ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ୧୨ନଂ ସ୍ଥାନ ଓ ରାଜ୍ୟରେ ଶ୍ରେଷ୍ଠ ତାଲିମ କେନ୍ଦ୍ର ଭାବେ ବିବେଚିତ ହୋଇପାରିଛି। ଛାତ୍ର ଛାତ୍ରୀ ଓ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନଙ୍କ ପାରଦର୍ଶିତା ଯୋଗୁଁ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ଏହି ସଫଳତା ହାସଲ କରିପାରିଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଠନରେ ବେସ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ବ୍ରହ୍ମପୁର ITIକୁ କେନ୍ଦ୍ରୀୟ ମୋହର:  ଦେଶର ଶ୍ରେଷ୍ଠ ୧୦୦ରେ ପାଇଲା ସ୍ଥାନ
ଫାଇଲ ଫଟୋ

ବ୍ରହ୍ମପୁର: ନିଜର ଦକ୍ଷତା ପ୍ରତିପାଦନ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସବୁବେଳେ ପ୍ରଶଂସା ସାଉଁଟି ଆସୁଛି ବ୍ରହ୍ମପୁର ଶିଳ୍ପତାଲିମ କେନ୍ଦ୍ର। ଏବେ ଦେଶ ତଥା ରାଜ୍ୟରେ ଶ୍ରେଷ୍ଠ ଶିଳ୍ପ ତାଲିମ ଅନୁଷ୍ଠାନ ଭାବେ ବିବେଚିତ ହୋଇପାରିଛି। କେନ୍ଦ୍ର ସରକାରଙ୍କ MSDE ପକ୍ଷରୁ ଦେଶର ସମସ୍ତ ଆଇଟିଆଇକୁ ହୋଇଥିବା ଚୟନ ପକ୍ରିୟାରେ ଶୀର୍ଷ ଶହେ ତାଲିକାରେ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ୧୨ନଂ ସ୍ଥାନ ଓ ରାଜ୍ୟରେ ଶ୍ରେଷ୍ଠ ତାଲିମ କେନ୍ଦ୍ର ଭାବେ ବିବେଚିତ ହୋଇପାରିଛି। ଛାତ୍ର ଛାତ୍ରୀ ଓ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନଙ୍କ ପାରଦର୍ଶିତା ଯୋଗୁଁ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ଏହି ସଫଳତା ହାସଲ କରିପାରିଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଠନରେ ବେସ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ବ୍ରହ୍ମପୁର ଆଇଟିଆଇର ଦକ୍ଷତା ଉପରେ କେନ୍ଦ୍ରର ମୋହର ମାରିଛନ୍ତି। କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରୀ ଅଫ ସ୍କିଲ ଡେଭଲପମେଣ୍ଟ ଏଣ୍ଡ ଇଣ୍ଟ୍ରପ୍ରିନରସିପ (MSDE) ପକ୍ଷରୁ ଚୟନ କରାଯାଇଥିବା  ବେଷ୍ଟ ହଣ୍ଡରେଟ (୧୦୦) ତାଲିକାର ୧୨ନଂ ସ୍ଥାନରେ ରହିଛି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର। ରାଜ୍ୟର ସର୍ବଚ୍ଚ ଶ୍ରେଷ୍ଠ ଆଇଟିଆଇ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ନାମ ଘୋଷଣା ହେବାପରେ ରେଶମ ନଗରୀରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଭାରତ ସରାକରଙ୍କ ପକ୍ଷରୁ ନିକଟେ ଦେଶର ୧୨ ହଜାର ୩୫୨ ଶିଳ୍ପ ତାଲିମ କେନ୍ଦ୍ରର ଦକ୍ଷତା ଚୟନ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଓଡିଶାର ୬ଟି ତାଲିମ କେନ୍ଦ୍ର ବେଷ୍ଟ ହଣ୍ଡେଟ ତାଲିକାରେ ରହିଥିବା ଜଣା ପଡିଛି।

Also Read: October ରେ ଦେଶରେ ତୃତୀୟ ଲହର: ଇତିହାସ ସାକ୍ଷୀ ହେବନି ଏତେ ମାରାତ୍ମକ !

ଚୟନ ପକ୍ରିୟାର ସମସ୍ତ ପରୀକ୍ଷାରେ ଉନ୍ନତି ଲାଭ କରିବାରେ ସଫଳ ହୋଇଥିବା ବ୍ରହ୍ମପୁର ଆଇଟିଆଇ ଏବେ ଦେଶରେ ସୃଷ୍ଟି କରିପାରିଛି ନିଜର ସ୍ବତନ୍ତ୍ର ପରିଚୟ। ଅଦରକାରୀ ସ୍କ୍ରାପକୁ ନେଇ ସବୁବେଳେ କିଛି ନୂଆ ବିରଳ କଳାକୃତି ପ୍ରସ୍ତୁତ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ହାସଲ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଷ୍ଠାନର ଦକ୍ଷତା ଉପରେ ମୋହର ଲାଗିବା ପରେ ପିଲାଙ୍କ ଭବିଷ୍ୟତ ବେସ ଆଲୋକିତ ହେବ ବୋଲି କହିଛନ୍ତି ଅନୁଷ୍ଠାନ କତୃପକ୍ଷ।

ୱାର୍କସପରୁ ବାହାରୁଥିବା ଅଦରକାରୀ ସ୍କ୍ରାପକୁ ବ୍ୟବହାର କରି ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନେ ଗୋଟିଏ ପରେ ଗୋଟିଏ ବିରଳ କଳାକୃତି ପ୍ରସ୍ତୁତ କରିଚାଲିଥିବା ବେଳେ ଏବେ ବିଶ୍ବର ସର୍ବବୃହତ ମୁକ୍ତାକାସ ମ୍ୟୁଜିଅମ ଭାବେ ପରିଗଣିତ ହୋଇଛି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ପରିସର। ନିକଟରେ ଜନସାଧାରଣଙ୍କ ଲାଗି ଉତ୍ସର୍ଗିକୃତ ହୋଇଥିବା ଏହି ମୁକ୍ତାଆକାସ ସ୍କ୍ରାପ ମ୍ୟୁଜିଅମ ଯେତିକି ସୁନ୍ଦର ସେତିକି ମନୋରମ। ଆଉ ଏହି ମ୍ୟୁଜିଅମ ପରିସରରେ ନିର୍ମାଣ ହୋଇଥିବା ୭୦ ଫୁଟ ଉଚ୍ଚତାର ବିଶାଳକାୟ ଗିଟାର, ପ୍ରେଡିଏଟର, ଜିରଫ, ବନ୍ସି କଣ୍ଟା, ରୋବଟ ଭଳି ୨୦ରୁ ଊର୍ଦ୍ଧ୍ୱ କଳାକୃତି ଏବେ ଝଟକୁଛି।

Also Read: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳ, ମାଟ୍ରିକ ମାର୍କ ମାପଦଣ୍ଡ

ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ବିଶ୍ବର ଏକ ମାତ୍ର ସର୍ବବୃହତ ସ୍କ୍ରାପ ମ୍ୟୁଜିଅମ ଭାବେ ଏସିଆ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡ ଭଳି କେତେ କଣ ପୁରସ୍କାର ହାସଲ କରିଛି। ଏଭଳି ପରିସ୍ଥିତି ଭାରତର ଶ୍ରେଷ୍ଠ ଅନୁଷ୍ଠାନ ତାଲିକାରରେ ବ୍ରହ୍ମପୁର ନାମ ଯୋଡି ହୋଇଥିବା ହେତୁ ନିଜକୁ ବେସ ଗର୍ବିତ ମନୁଥିବା କହିଛନ୍ତି ତାଲିମ କେନ୍ଦ୍ର ପ୍ରଶିକ୍ଷକ ଓ ଛାତ୍ରଛାତ୍ରୀ।