ବାଘଟି ଜାଲରେ ଦୀର୍ଘ ସମୟ ଧରି ଫସି ରହିଥିବା ହେତୁ ଅଣନିଶ୍ବାସ ହୋଇ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ତେବେ ଚିକିତ୍ସା ନକରାଇ ବାଘକୁ ଜଙ୍ଗଲରେ ଛାଡିବାପାଇଁ କିଭଳି ନିଷ୍ପତ୍ତି ହୋଇଥିଲା ବୋଲି ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି।
Trending Photos
ମନୋଜ ଗୌଡ/ରାଧାଶ୍ଯାମ ଆଚାର୍ଯ୍ୟ, ଗଞ୍ଜାମ: ବନ ବିଭାଗର କାର୍ଯ୍ୟରେ ଅବହେଳା ଯୋଗୁଁ ଚାଲିଗଲା ବାଘର ଜୀବନ। ଗଞ୍ଜାମ ବୁଗୁଡା ବନାଞ୍ଚଳରେ କଲରା ପତରିଆର ମୃତ୍ୟୁ ପରେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ବାଘଟି ଜାଲରେ ଦୀର୍ଘ ସମୟ ଧରି ଫସି ରହିଥିବା ହେତୁ ଅଣନିଶ୍ବାସ ହୋଇ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ତେବେ ଚିକିତ୍ସା ନକରାଇ ବାଘକୁ ଜଙ୍ଗଲରେ ଛାଡିବାପାଇଁ କିଭଳି ନିଷ୍ପତ୍ତି ହୋଇଥିଲା ବୋଲି ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି।
ଗୁରୁବାର (Ganjam) ମାଣିତର ପଞ୍ଚାୟତ ଅନ୍ତର୍ଗତ ଗୁଡୁ ପାହାଡ ନିକଟରେ ବାରହା ଫାସରେ ଏକ କଲରା ପତାରିଆ ବାଘ (leopard) ପଡିଥିଲା। ବନ ବିଭାଗ (Forest Dept)ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ତାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଜଙ୍ଗଲରେ ଛାଡିବା ପୂର୍ବରୁ ବାଘଟିର ମୃତ୍ୟୁ ଘଟିଛି। ଆଉ ଏହି ମୃତ୍ୟପରେ ଜାତୀୟ ପଶୁ (Nataional Animal) ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବନ କର୍ମଚାରୀଙ୍କ ଅଣପାଶାଦାରୀ ଉଦ୍ଧାର ପଦ୍ଧତି ପାଇଁ କଲରା ପତରିଆ ବାଘ ଛଟପଟ ହୋଇ ଜୀବନ ହାରିଥିବା ଅଭିଯୋଗ ହେଉଛି।
Also Read: ବ୍ରହ୍ମପୁରରେ ଅଭାବନୀୟ ଘଟଣା, ନାବାଳିକାର ବେକ କାଟି ହତ୍ୟା ଉଦ୍ୟମ
ପ୍ରତ୍ୟେକ୍ଷଦର୍ଶୀ ଏବଂ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ (Viral Video) ରେ କଲରା ପତରିଆ ବାଘର ଉଦ୍ଧାର କାର୍ଯ୍ୟକୁ କିଭଳି ଅବହେଳା କରାଯାଇଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ବନ ବିଭାଗ ନିଜର ଦକ୍ଷତା ପ୍ରତିପାଦନ କରିବା ବଦଳରେ ଗ୍ରାମ ବାସିନ୍ଦାଙ୍କ ହାତକୁ ବାଘକୁ ଟେକି ଦେଇଥିଲା। ଉଦ୍ଧାର ବେଳେ ବାଘର ଛାତି ଉପରେ ବାଉଁଶ ପକାଇ ଲୋକେ ମାଡି ବସିଥିଲେ। ଆଉ ସେ ଅଣନିଶ୍ବାସୀ ହୋଇ ଛଟପଟ ହେଉଥିଲା। ସେପଟେ ବନ ବିଭାଗର ଅପାରଗତାକୁ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ PCCF ସ୍ବିକାର କରିଛନ୍ତି।
ସେପଟେ ପୋଷ୍ଟମର୍ଟମ (Post mortem)ପରେ ଶୁକ୍ରବାର ମୃତ୍ୟୁ ବାଘଟିର ଶବଦାହ କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ କଲରା ପତରିଆର ଶରୀରରେ ଅନେକ କ୍ଷତ ଚିହ୍ନ ମିଳିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଉଦ୍ଧାର ପରେ କୌଣସି ବି ନିୟମକୁ ପାଳନ କରାଯାଇନଥିବା ହେତୁ ବାଘଟି ଜୀବନ ହାନୀ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଯାହା ବି ହେଉନା କାହିଁକି, ବାଘର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି।