• ବଣାଇ ସହର ଭିତରେ ପଶିଲେ 2ଟି ଦନ୍ତା ହାତୀ
  • ଗତ ୮ ଦିନ ଧରି ୨ଟି ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଭୟଭୀତ
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
  • ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ
  • ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର
  • ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି

ଗ୍ରାମ ଦେବତୀରୁ ଆରାଧ୍ଯ ଦେବୀ; ଜାଣନ୍ତୁ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଇତିହାସ

ଦେଶ ବେହେରାଙ୍କ ଘର ସମ୍ମୁଖରେ ଭଦ୍ରଲୋକଙ୍କ ଉପସ୍ଥିତରେ ସିଧାନ୍ତି ବୈଠକରେ ମାଁଙ୍କ ଯାତ୍ରା ଏପ୍ରିଲ ୯ ତାରିଖରେ ହେବା ଲାଗି ଘୋଷଣା ହୋଇଥିଲା। ଏହାପରେ ଦେଶ ବେହେରା ଶୁଭଖୁଣ୍ଟିକୁ ସାଥିରେ ନେଇ ବିରାଟ ପଟୁଆରରେ ଯାଇ ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ପୁଜାର୍ଚ୍ଚନା କରିଥିଲେ। ମାଁଙ୍କ ଆଜ୍ଞାମାଳ ମିଳିବା ପରେ ସାହି ମଝିରେ ଶୁଭଖୁଣ୍ଟକୁ ସ୍ଥାପନ କରାଯାଇଥିଲା।

ଗ୍ରାମ ଦେବତୀରୁ ଆରାଧ୍ଯ ଦେବୀ; ଜାଣନ୍ତୁ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଇତିହାସ
ଫାଇଲ ଫଟୋ

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଗତକାଲି ମଧ୍ୟ ରାତିରେ ଶୁଭଖୁଣ୍ଟ ସ୍ଥାପନ ହୋଇଛି। କୋଭିଡ୍ କଟକଣା ଭିତରେ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଦେଶ ବେହେରାଙ୍କ ଘର ସମ୍ମୁଖରେ ଭଦ୍ରଲୋକଙ୍କ ଉପସ୍ଥିତରେ ସିଧାନ୍ତି ବୈଠକରେ ମାଁଙ୍କ ଯାତ୍ରା ଏପ୍ରିଲ ୯ ତାରିଖରେ ହେବା ଲାଗି ଘୋଷଣା ହୋଇଥିଲା। ଏହାପରେ ଦେଶ ବେହେରା ଶୁଭଖୁଣ୍ଟିକୁ ସାଥିରେ ନେଇ ବିରାଟ ପଟୁଆରରେ ଯାଇ ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ପୁଜାର୍ଚ୍ଚନା କରିଥିଲେ। ମାଁଙ୍କ ଆଜ୍ଞାମାଳ ମିଳିବା ପରେ ସାହି ମଝିରେ ଶୁଭଖୁଣ୍ଟକୁ ସ୍ଥାପନ କରାଯାଇଥିଲା।

ବ୍ରହ୍ମପୁରବାସୀଙ୍କ (Berhampur) ଗ୍ରାମ ଦେବତୀରୁ ଆରାଧ୍ଯ ଦେବୀ (Goddess) ଭାବେ ପୂଜା ପାଉଥିବା ମାଁ ବୁଢୀ ଠାକୁରାଣୀ ସାଧାରଣ ମଣିଷଙ୍କ ଭଳି ବାପ ଘରକୁ ବୁଲି ଆସିବାର ପରମ୍ପରା ବହୁ ବର୍ଷହେଲା ପାଳନ ହୋଇ ଆସୁଛି। ପ୍ରତି ଦୁଇ ବର୍ଷରେ ଥରେ ମାଁ ବାପ ଘରକୁ ବୁଲି ଆସିଥାଆନ୍ତି। ଆଉ ସେହି ସମୟରେ ଅନୁଷ୍ଠିତ ହୋଇଥାଏ ମାଁଙ୍କ ଦୁଇ ବାର୍ଷିକ ଯାତ୍ରା। ଚଳିତବର୍ଷ ମାଁଙ୍କ ଯାତ୍ରା ହେବାକୁ ଥିବା ବେଳେ କୋରୋନାର ଭୟାବହ ମାଁ ଯାତ୍ରାରେ ସାମାନ୍ୟ ବାଧକ ସାଜିଛି। 

Also Read: ଦଣ୍ଡୁଆଙ୍କ ଦଣ୍ଡଠୁ ବଳିଯିବ କଳାକାରଙ୍କ କଷ୍ଟ!

ମହାମରୀ (Coronavirus) ପାଇଁ ନିଡିମ୍ବରରେ ଚଳିତବର୍ଷ ମା ବୁଢୀ ସାନ୍ତାଣୀଙ୍କ (Maa Budhi Thakurani) ଯାତ୍ରା ଆୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି। ଫଳରେ ଗତକାଲି ରାତିରେ ମାଁଙ୍କ ବାପଘର କୁହାଯାଉଥିବା ଦେଶ ବେହେରା (Desh Behera) ଙ୍କ ଘର ସମ୍ମୁଖରେ ବସିଥିଲା ସିଧାନ୍ତ ବୈଠକ। ପୁର୍ବ ପରମ୍ପରା ମୁତାବକ ସିଧାନ୍ତି ପୂଜାର୍ଚ୍ଚନା (Sidhaniti ritual) କରିବା ପରେ ପାଞ୍ଜି ଦେଖି ମାଁ ବାପଘରକୁ ଆସିବାର ଅମୃତ ବେଳା ଘୋଷଣା କରିଥିଲେ। 

ଆସନ୍ତା ଏପ୍ରିଲ ୯ ତାରିଖରେ ମାଁଙ୍କ ଯାତ୍ରା (Budhi Thakurani Jatra) ତାରିଖ ଘୋଷଣା ହେବା ପରେ ଦେଶ ବେହେରା ୯ ଫୁଟର ଖୁଣ୍ଟ ସହ ଶାତ ଗଣ୍ଠିଆ ସାଥିରେ ନେଇ ପାରମ୍ପାରିକ ବାଜା ବାଜଣା ସହ ବିରାଟ ପଟୁଆରରେ ମାଁଙ୍କ ମନ୍ଦିରରେ ପହଞ୍ଚି ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିଥିଲେ। ମାଁଙ୍କୁ ଆବାହନ କରିବା ପରେ ସେଠାରୁ ଆଜ୍ଞାମାଳ (Angyamala) ନେଇ ଦେଶ ବେହେରା ସାହିର ମଝିଦାଣ୍ଡରେ ଶୁଭଖୁଣ୍ଟକୁ ସ୍ଥାପନ କରାଯାଇଥିଲା। ପରମ୍ପରା ମୁତାବକ ପୁଷ୍ଟି ପରିବାର ପୂର୍ବପୁରୁଷରୁ ଏହି ଶୁଭଖୁଣ୍ଟି ସ୍ଥାପନ କରି ଆସୁଥିବା କୁହାଯାଏ।

Also Read: ଫଟୋରେ ଖବର, ଉଦଘାଟନ ହେଲା ତାମ୍ପରା Lake

ମହୁରିଗଡର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେଓ (Harihar Narendra Deo) ଓ ଡେରା ସମ୍ପ୍ରଦାୟ (Dera community) ର ଲୋକେ ବ୍ରହ୍ମପୁର ସହରର ଶେଷ ମୁଣ୍ଡରେ ପୂଜା ପାଉଥିବା ଗ୍ରାମ ଦେବତିଙ୍କୁ ଇଷ୍ଟଦେବୀର ମାନ୍ୟତା ଦେଇଥିଲେ। ଆଉ ସେବେଠାରୁ ଅନୁଷ୍ଠିତ ହୋଇ ଆସୁଛି ମାଁଙ୍କ ଘଟଯାତ୍ରା। ଐତିହାସିକ ତଥ୍ଯ ଅନୁଯାୟୀ ଉନବିଂଶ ଶତାବ୍ଦୀ ଠାରୁ ମାଁଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମାଁ ବାପଘରକୁ ବୁଲି ଆସିବା ସହ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି। 

ମାଁଙ୍କ ଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ସହରକୁ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ କୋରୋନାର ଭୟାବହକୁ ଦୃଷ୍ଟିରେ ରଖି ଜିଲ୍ଲା କିମ୍ବା ରାଜ୍ୟ ବାହାର ଭକ୍ତଙ୍କୁ ଯାତ୍ରାରେ ସାମିଲ ନ ହେବା ଲାଗି ନିବେଦନ ବ୍ରହ୍ମପୁର ବିଧାୟକ ଓ ଯାତ୍ରା କମିଟି କରିଛନ୍ତି। ଅନ୍ୟପଟେ ମାଁ ଆଗମନର ଖବର ଶୁଣି ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା କହିଲେ ନ ସରେ। ଚଳିତବର୍ଷ ୭ ଦିନ ଧରି ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠାରୁ ମାଁ ଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।