ରକ୍ତ ସହ ଯୋଡ଼ି ହେଲା ରକ୍ତର ସମ୍ପର୍କ: ଦୀର୍ଘ ୪୦ ବର୍ଷ ପରେ ଘରକୁ ଫେରିଲେ ଦାଦନ
Advertisement

ରକ୍ତ ସହ ଯୋଡ଼ି ହେଲା ରକ୍ତର ସମ୍ପର୍କ: ଦୀର୍ଘ ୪୦ ବର୍ଷ ପରେ ଘରକୁ ଫେରିଲେ ଦାଦନ

୧୯୭୦ ମସିହା ରେ ୨୭ ବର୍ଷ ବୟସରେ ସୀମାଞ୍ଚଳ ଦଲାଲ ଙ୍କ କବଳରେ ପଡି ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ବିଜୟାୱାଡା ଯାଇ ସେଠାରେ ଠିକାଦାରଙ୍କ ଠାରୁ ଶୋଷଣର ଶୀକାର ହୋଇଥିଲେ।

ରକ୍ତ ସହ ଯୋଡ଼ି ହେଲା ରକ୍ତର ସମ୍ପର୍କ: ଦୀର୍ଘ ୪୦ ବର୍ଷ ପରେ ଘରକୁ ଫେରିଲେ ଦାଦନ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥମିବାର ନା ହେଉନି ଦାଦନଙ୍କ ଦୁଃଖ । କେଉଁଠି ଠିକାଦାରଙ୍କ ଠାରୁ ନିର୍ଯାତନା ତ ଆଉ କେଉଁଠି ଦଲାଲଙ୍କ ଠାରୁ ଶୋଷଣର ଶୀକାର ହୋଇ ହଟହଟା ହେଉଛନ୍ତି ଅନେକ ଶ୍ରମିକ। ଏଭଳି ଏକ ଦାଦନଙ୍କ  ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁରୁ ଥାନା ଅନ୍ତର୍ଗତ ଏସ ଟିକରପଡା ଗ୍ରାମରେ । କାମଧନ୍ଦା ସନ୍ଧାନରେ ସୁଦୂର ଦେଶକୁ ଯାଇ ନିଖୋଜ ହୋଇଯାଇଥିବା ୭୦ ବର୍ଷୀୟାନ ବୃଦ୍ଧା ସୀମାଞ୍ଚଳ ଦୀର୍ଘ ୪୦ ବର୍ଷ ପରେ ନିଜ ପରିବାର ଲୋକଙ୍କୁ ଫେରି ପାଇବା ପରେ ବଖାଣିଛନ୍ତି ସେହି ସଂଘର୍ଷର ଲୋମହର୍ଷଣ ଚାରି କାହାଣୀ ।   

ଗଞ୍ଜାମ (Ganjam) ଜିଲ୍ଲାରେ ପଦାକୁ ଆସିଲା ଦାଦନ ଦୁଃଖ। ୪୦ ବର୍ଷ ପରେ ଭିଟାମାଟିକୁ ଫେରିଲେ ନିଖୋଜ ଦାଦନ (Migrant) । ବର୍ଷ ବର୍ଷ ଧରି ହଜିଲା ସମ୍ପର୍କୀୟକୁ ଫେରି ପାଇବା ପରେ ଗାଁ ଖୁସିର ଲହରୀ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ପାଟପୁରୁ ଥାନା ଅନ୍ତର୍ଗତ ଏସ ଟିକରପଡା ଗ୍ରାମର ।  ଆଉ ଏହି ୭୦ ବର୍ଷୀୟାନ  ବୃଦ୍ଧ ଜଣଙ୍କ ହେଉଛନ୍ତି  ସୀମାଞ୍ଚଳ ରଣା ।  ୧୯୭୦ ମସିହା ରେ ୨୭ ବର୍ଷ ବୟସରେ ସୀମାଞ୍ଚଳ ଦଲାଲ ଙ୍କ କବଳରେ ପଡି ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ବିଜୟାୱାଡା ଯାଇ ସେଠାରେ ଠିକାଦାରଙ୍କ ଠାରୁ ଶୋଷଣର ଶୀକାର ହୋଇଥିଲେ। ସେଠାରୁ  ଜୀବନ ବଞ୍ଚାଇ ବ୍ରହ୍ମପୁର (Berhampur) ଫେରିବା ବଦଳରେ ମଧ୍ୟ ପ୍ରଦେଶର ବୁରେହେନପୁର ଚାଲିଯାଇଥିଲେ।  

Also Read:  ଲଘୁଚାପ ସକ୍ରିୟ: ୨୪ ଘଣ୍ଟାରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଆର୍ଥିକ ଅଭାବରୁ ଭିଟା ମାଟିକୁ ଫେରିବାକୁ ଅସମର୍ଥ ଥିବା ସୀମାଞ୍ଚଳ (Simanchal) ସେଠାରେ ପାଲଟି ଯାଇଥିଲେ ଗୋତି ଶ୍ରମିକ । ଦୀର୍ଘ ୪୦ ବର୍ଷ ର ଯାତ୍ରା ଭିତରେ ସୀମାଞ୍ଚଳଙ୍କ ରହିଛି ନିର୍ଯାତନା ର ଅନେକ ଲୋମହର୍ଷଣକାରୀ କଥା ।  ଆଉ ପରିବାର ଲୋକଙ୍କୁ ଫେରି ପାଇବାପରେ ବର୍ଷ ବର୍ଷର ସଂଘର୍ଷ ମୟ ନିର୍ଯାତନାର କାହାଣୀ କୁ ଜୀ ଓଡ଼ିଶା (Zee Odisha) ର କ୍ୟାମେରା ଆଗରେ  ବଖାଣିଛନ୍ତି ସୀମାଞ୍ଚଳ। ସେପଟେ ବହୁ ଖୋଜାଖୋଜି ପରେ ମୃତ ଭାବି ନେଇଥିବା ସମ୍ପର୍କୀୟଙ୍କୁ ପାଇ ପରିବାରରେ ଏବେ ଖୁସିର ମାହୋଲ।  

Also Read:  କୋରୋନା ଦ୍ୱିତୀୟ ଲହର: ମହିଳାଙ୍କ ଅପେକ୍ଷା ଅଧିକ ଚାକିରି ହରାଇଛନ୍ତି ପୁରୁଷ

କେତେବେଳେ ଭିକ୍ଷାବୃତ୍ତି ତ ଆଉ କେତେବେଳେ କ୍ଷେତରେ କାମ ପରେ ପରେ ଗୋତି ଶ୍ରମିକ ପାଲଟି ଯାଇଥିବା ସୀମାଞ୍ଚଳ ଗତ ୩ ବର୍ଷ ତଳେ ଦୁର୍ଘଟଣାର ଶୀକାର ହୋଇ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଗଲେ । ଆଉ କୋରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ସଟଡାଉନ (ShutDown) ତାଙ୍କୁ ଟାଣି ନେଇଥିଲା ବୃଦ୍ଧା ଆଶ୍ରମକୁ। ସେଠି ହିଁ ସୀମାଞ୍ଚଳଙ୍କ ଖୋଲିଥିଲା ଭିଟା ମାଟିକୁ ଫେରିବା ର ମାର୍ଗ।  ବୁରେହେନପୁର  ପ୍ରଶାସନ ଓ ସ୍ବେଚ୍ଛାସେବୀ ସୀମାଞ୍ଚଳ ଙ୍କ ଠାରୁ ତଥ୍ୟ ହାସଲ କରି ଗଞ୍ଜାମ ଜିଲ୍ଲା ପୋଲିସ୍ ସହ ଯୋଗାଯୋଗ କରିବା ପରେ ମିଳିଥିଲା ସୀମାଞ୍ଚଳଙ୍କ ପରିବାରର ସନ୍ଧାନ। 

Also Read: Ind Vs SL: ପ୍ରଥମ ଦିନିକିଆରେ ଏହା ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ XI, ସାମସନଙ୍କ ଡେବ୍ୟୁ ନିଶ୍ଚିତ!

ଏବେ ଯଦିଓ ସୀମାଞ୍ଚଳଙ୍କ ପରିବାର ର ଅନେକ ମୃତ୍ୟୁ ବରଣ କରିଛନ୍ତି ହେଲେ ନିଜ ବୃଦ୍ଧ ଦାଦାଙ୍କ ସନ୍ଧାନ ପାଇବା ପରେ ଘରକୁ ଫେରାଇ ଆଣିଛନ୍ତି ତାଙ୍କ ପୁତୁରା। ବୁରେହେନପୁର ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ସହ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ପରେ ଏବେ ଘରେ ପହଞ୍ଚିଛନ୍ତି ସୀମାଞ୍ଚଳ।  ଆଉ ଦୀର୍ଘ ୪୦ ବର୍ଷ ପରେ ସୀମାଞ୍ଚଳକୁ ପାଇ ଗ୍ରାମ ରେ ଖୁସି ର ମାହୋଲ ରହିଥିବା ବେଳେ ଘର ସମୁଖରେ ଜମୁଛି ସାହି ବାସିନ୍ଦାଙ୍କ ଭିଡ଼।