ଭିଜିଲାନ୍ସ ଜାଲରେ ଇଞ୍ଜିନିୟର

ଭିଜିଲାନ୍ସ ଏସପିଙ୍କ ନେତୃତ୍ୱ କ୍ରମେ ୧୨ଟି ସ୍ୱତନ୍ତ୍ର ଟିମ ସକାଳୁ ସକାଳୁ ବ୍ରହ୍ମପୁର, ଖଲିକୋଟ, ଭୁବନେଶ୍ୱର ଭଳି ୧୨ଟି ସ୍ଥାନରେ ଏକ କାଳିନ ଚଢାଉ ଜାରି ରଖିଥିବା ବେଳେ ନଗଦ 90 ହଜାର ଟଙ୍କା ଅନେକ ପରିମାଣର ବ୍ୟାଙ୍କ ବାଲାନ୍ସ ଠାବ ହୋଇଛି । 

ଭିଜିଲାନ୍ସ ଜାଲରେ ଇଞ୍ଜିନିୟର
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ରାସ୍ତା ଓ କୋଠା ବାଡି ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିନୋଦ କୁମାର ପାଢି । ବିନୋଦ ପାଢିଙ୍କ ବାସ ଭବନ ଓ ଅଫିସ୍ କାର୍ଯ୍ୟାଳୟ ସମେତ ୧୨ଟି ସ୍ଥାନରେ ଏକ କାଳିନ ଚଢାଉ ଜାରି ରଖିଛି ଦୁର୍ନୀତି ନିବାରଣ ବିଭାଗ । 

ଭିଜିଲାନ୍ସ ଏସପିଙ୍କ ନେତୃତ୍ୱ କ୍ରମେ ୧୨ଟି ସ୍ୱତନ୍ତ୍ର ଟିମ ସକାଳୁ ସକାଳୁ ବ୍ରହ୍ମପୁର, ଖଲିକୋଟ, ଭୁବନେଶ୍ୱର ଭଳି ୧୨ଟି ସ୍ଥାନରେ ଏକ କାଳିନ ଚଢାଉ ଜାରି ରଖିଥିବା ବେଳେ ନଗଦ 90 ହଜାର ଟଙ୍କା ଅନେକ ପରିମାଣର ବ୍ୟାଙ୍କ ବାଲାନ୍ସ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସମ୍ପତ୍ତି ଠାବ ହୋଇଥିବା ବେଳେ ତାଲିକା ବଢିବା ସମ୍ଭାବନା ରହିଛି ।

ସେପଟେ ବିନୋଦ ପାଢିଙ୍କ ଅସାଧୁ ଉପାୟରେ ଅର୍ଥ ଉପାର୍ଜନରେ ଠିକାଦାର ସଚିନ ପାଢିଙ୍କ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।