ସିଲ୍କସିଟିରେ ଜିରୋ ନାଇଟ୍‌ ପ୍ରସ୍ତୁତି
Advertisement

ସିଲ୍କସିଟିରେ ଜିରୋ ନାଇଟ୍‌ ପ୍ରସ୍ତୁତି

 ଆରମ୍ଭ ହୋଇଛି ନୂଆବର୍ଷକୁ ସ୍ବାଗତ କରିବା ଆୟୋଜନ

 ସିଲ୍କସିଟିରେ ଜିରୋ ନାଇଟ୍‌ ପ୍ରସ୍ତୁତି

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଆରମ୍ଭ ହୋଇଛି ନୂଆବର୍ଷକୁ ସ୍ବାଗତ କରିବା ଆୟୋଜନ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ତାରକା ହୋଟେଲରେ ଏଥିପାଇଁ କରାଯାଉଛି ବ୍ୟାପକ ବ୍ୟବସ୍ଥା । ଲୋକେ ଯେଭଳି ସ୍ବାଗତ ସମାରୋହକୁ ଉଲ୍ଲାସର ସହ ଉପଭୋଗ କରିବେ ସେଥିପାଇଁ ହୋଟେଲ, ରେସ୍ତୁରାଣ୍ଟ  ଆରମ୍ଭ ହୋଇଛି ପ୍ରୟାସ  । ଭୁବନେଶ୍ବରର ସ୍ବସ୍ତି, ଏଚଏଚଆଇ ଭଳି ହୋଟେଲରେ ପ୍ରତିବର୍ଷ ଭଳି ଋଷିୟ ନୃତ୍ୟାଙ୍ଗନାଙ୍କ ବାଲେ ଡ୍ୟାନ୍ସ ମୁଖ୍ୟ ଫୋକସରେ ରହିଛି ।  ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଗ୍ରାହକଙ୍କ ପକେଟକୁ ନଜରରେ ରଖି ୩ ହଜାରରୁ ଆରମ୍ଭ କରି ୧୨ ହଜାର ଯାଏ ଖାଇବା ପିଇବାର ବ୍ୟବସ୍ଥା କରିଛନ୍ତି ।  ଅନ୍ୟପଟେ ନୂଆ ବର୍ଷ ସେଲିବ୍ରେସନରେ କୌଣସି ଦୁର୍ଘଟଣା କିମ୍ବା ଅଡୁଆ ପରିସ୍ଥିତି ସୃଷ୍ଟି ନ ହଉ ସେଥିପାଇଁ ଅଗ୍ନିଶମ ବିଭାଗ ଅଧିକାରୀ ସମସ୍ତ ହୋଟେଲକୁ ଯାଂଚ କରିଛନ୍ତି ।  ୧୫ ପ୍ଲାଟୁନ ପୋଲିସ ସନ୍ଧ୍ୟା ହେଲେ ବିଭିନ୍ନ ଛକରେ ନିୟୋଜିତ ହୋଇ ଉତ୍ପାତ କରୁଥିବା ଲୋକଙ୍କୁ ଧରିବ । ରାତି ୧୨ଟା ଯାଏ ରାତିରେ ମ୍ୟୁଜିକ ବଜାଇବାକୁ ଅନୁମତି ଦିଆଯାଇଛି ।

ନବବର୍ଷକୁ ସ୍ବାଗତ ଜଣେଇବା ଲାଗି ସଜେଇ ହେଲାଣି ସିଲ୍କସିଟି । ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ସହର ବାସିଙ୍କ ମନରେ ଉତ୍କଣ୍ଠା କହିଲେ ନସରେ । ରାତି ପାହିଲେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ବିଭିନ୍ନ ହୋଟେଲ ଓ କ୍ଲବରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ମନୋରଞ୍ଜନର ଖୋରାକ ଯ଼ୋଗାଇବା ସହ ପୁରୁଣା ବର୍ଷକୁ ହସଖୁସିରେ ବିଦାୟ ଦେବାଲାଗି ଆୟଜିତ କରାଯ଼ାଇଛି ସାଂସ୍କୃତିକ କାର୍ଯ଼୍ୟକ୍ରମ । ଚଳିତ ବର୍ଷ ଜିରୋନାଇଟକୁ ଅଧିକ ରଙ୍ଗାରଙ୍ଗର ସହ ସେଲିବ୍ରେଟ କରିବା ଲାଗି ବ୍ରହ୍ମପୁର  ୟୁନିୟନ କ୍ଲବ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।