)
ବ୍ରହ୍ମପୁର: ଗଞ୍ଜାମ (Ganjam) ରେ ଥମୁନାହିଁ ଅପରାଧିକ କାର୍ଯ୍ୟକଳାପ। ଦିନକୁ ଦିନ ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି ଭଳି (Crime) ମାମଲା ବୃଦ୍ଧି ପାଇବାରେ ଲାଗିଛି। ରବିବାର ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଛି।
ବ୍ରହ୍ମପୁର ସଦର ଥାନା (Berhampur Police) ଅଞ୍ଚଳର ବନ୍ଥପଲି ଗ୍ରାମରେ ସଂଘବଧ ଭାବେ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଗାଧୋଇ ଫେରୁଥିବା ପଞ୍ଚୁ ନାମକ ଜଣେ ଯୁବକଙ୍କୁ ୮ ଜଣ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ (Murder Attempt) କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ଗୁରୁତର ଅବସ୍ଥାରେ ପଞ୍ଚୁଙ୍କୁ ଉଦ୍ଧାର କରି MKCGରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ପୋଲିସ ଏହାର ଏକ ମାମଲା ରୁଜୁ କରି ତନାଘନା ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ।