ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ: ଯୋଗ ଦେଲେ ବିଶ୍ୱ ଭୂଷଣ ହରିଚନ୍ଦନ

ଏହି ସମ୍ବର୍ଦ୍ଧିତ ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତ ଭାବେ, ଡାକ୍ତର ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ, ମାନ୍ୟବର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବିଜେପି ସଦସ୍ୟ ଭୃଗୁବକ୍ସି ପାତ୍ର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । 

ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ: ଯୋଗ ଦେଲେ ବିଶ୍ୱ ଭୂଷଣ ହରିଚନ୍ଦନ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଏକ ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ରହ୍ମପୁର ଟାଉନ ହଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ନାଟ୍ୟକାର ତଥା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟନ କରିଛନ୍ତି ।

ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମାନପତ୍ର ପ୍ରଦାନ କରିବା ସହ  ନିଜ ବକ୍ତବ୍ୟରେ ଭାରତୀୟ ସାହିତ୍ୟ, ସଂସ୍କୃତି, ପରମ୍ପରା, ଆଦି ବିଷୟରେ ଆଲୋକପାତ କରିଥିଲେ । ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟି ଥିବା ବେଳେ ସମସ୍ତେ ମିଳିମିଶି ଵୃକ୍ଷରୋପଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି ରାଜ୍ୟପାଳ । ନଚେତ ଆମର ଆଗାମୀ ପିଢ଼ିମାନେ ବହୁ ଅସୁବିଧାର ସମ୍ମୁଖୀନ  ହେବେ ବୋଲି ପ୍ରକାଶ କରିଛନ୍ତି । ଏଥି ସହ ଏହି ସମ୍ବର୍ଦ୍ଧିତ ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତ ଭାବେ, ଡାକ୍ତର ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ, ମାନ୍ୟବର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବିଜେପି ସଦସ୍ୟ ଭୃଗୁବକ୍ସି ପାତ୍ର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅଭ୍ୟର୍ଥନା ଅଧକ୍ଷ ବିଭୁତି ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମିଳିନୀରେ ମହାସଚିବ ଦଣ୍ଡପାଣି ମହାପାତ୍ର ସଂଯୋଜକ କରିଥିଲେ ।