• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକ
  • ଅଧିକ ସଂକ୍ରମିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି
  • ଭୁବନେଶ୍ୱର: ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ ବେପାରୀ ଗିରଫ
  • ରାଜ୍ୟରେ ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା
  • ଦିନକରେ ୬ ହଜାର ୨୧୫ କରୋନା ସଂକ୍ରମିତ ଚିହ୍ନଟ, ୮ ମୃତ
  • ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ
  • ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
  • ଆଇସିୟୁ ୱାଡରେ ନିଆଁ ଲାଗି ୧୩ ରୋଗୀ ମୃତ
  • ଡ୍ରୋନରେ ଟିକା ଯୋଗାଣ ପରୀକ୍ଷଣକୁ DGCAର ଅନୁମତି
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ: ମୁଖ୍ୟ ଶାସନ ସଚିବ

ସୋନପୁର ବେଳାଭୂମି କୂଳରେ ବିରଳ ବ୍ଲୁ ହ୍ବେଲ ସାର୍କ

ବ୍ଲୁ ହ୍ୱେଲ ସାର୍କଟିର ଉଚ୍ଚତା ୧୫ ରୁ ୨୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । 

ସୋନପୁର ବେଳାଭୂମି କୂଳରେ ବିରଳ ବ୍ଲୁ ହ୍ବେଲ ସାର୍କ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋନପୁର ବେଳାଭୂମି କୂଳରେ ଏକ ବିରଳ ପ୍ରଜାତିର ବ୍ଲୁ ହ୍ବେଲ ସାର୍କ ମାଛ ଦେଖିବାକୁ ମିଳିଛି। ତେବେ ସାର୍କ ଟି ଜୀବିତ ଥିବା ନେଇ ସ୍ଥାନୀୟ ମତ୍ସ୍ୟଜିବି ଦେଖିବାକୁ ପାଇଥିବା ଥିଲେ । ତେବେ ବନ ବିଭାଗ ସୂଚନା ପାଇ ସୋନପୁର ବେଳାଭୂମି କୂଳରେ ପହଞ୍ଚି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ସାର୍କ ଟିକୁ ସମୁଦ୍ର ଭିତରକୁ ଛାଡି଼ବା ନେଇ ଉଦ୍ୟମ କରିଛି ।
 
ତେବେ ଉଦ୍ଧାର ହୋଇଥିବା ବ୍ଲୁ ହ୍ୱେଲ ସାର୍କ (Blue whale shark)ଟିର ଉଚ୍ଚତା ୧୫ ରୁ ୨୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ଏଭଳି ବିରଳ ସାମୁଦ୍ରିକ ଜୀବକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ଼ ଜମିଛି । ସେପଟେ କିଭଳି ପରିସ୍ଥିତିରେ ସାର୍କ (Shark) ଟି କୂଳକୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ । 

ସୋନପୁର ବେଳାଭୂମି କୂଳରେ ବିରଳ ବ୍ଲୁ ହ୍ବେଲ ସାର୍କ

Also Read: ସାବଧାନ ! ବଢିବ ପାରା, ଆକାଶରୁ ଖସିବ ନିଆଁ ଝୁଲ

ଗତ କିଛିବର୍ଷ ଧରି ଦକ୍ଷିଣ ଉପକୂଳରେ ସାର୍କ ଦେଖିବାକୁ ମିଳୁଥିବା ବେଳେ ଅନେକ ଥର ସାର୍କର ମୃତଦେହ ମଧ୍ୟ ଠାବ ହେଉଛି। ଏଭଳି ପରିସ୍ଥିତିରେ ସାର୍କର ସୁରକ୍ଷା ଦିଗରେ ବନ ବିଭାଗ (Forest Department) ହେଉ ଅବା ପ୍ରାଣୀବିଜ୍ଞାନ ବିଶେଷଜ୍ଞଙ୍କ ପକ୍ଷରୁ ସ୍ଥିତି ଅନୁଧ୍ୟୀନ କରିବାର ସମୟ ଆସିଛି ।

Edited: Zee Odisha Desk