ରେଶମ ନଗରୀର ରୂପରେଖ ବଦଳାଇବ ଚଳିତ BMC Budget
ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ବଜେଟ୍ ପ୍ରସ୍ତୁତ କରାଯାଇଛି।
ବ୍ରହ୍ମପୁର: ସହରବାସୀଙ୍କ ସ୍ମାର୍ଟ ସିଟି ସ୍ବପ୍ନ କୁ ପୁରଣ ଲାଗି ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ ପାଖା ପାଖି ୪୦୦ ଶହ କୋଟି ଟଙ୍କାର ବଜେଟ୍ ଉପରେ ମୋହର ମାରିଛି ମହାନଗର ନିଗମ ।
ଏଥର ବଜେଟରେ ସହରର ସୌନ୍ଦର୍ଯ୍ଯକରଣ ସହ ଜନସାଧାରଣଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୋରୋନା ମହାମାରି ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିଯିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ଲାଗି ଲକ୍ଷ ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ-ବିଏମସି (Berhampur Municipal Corporation-BMC)।
Also Read: ବ୍ରହ୍ମପୁରବାସୀଙ୍କ କଟା ଘା'ରେ ଚୂନ! BMCର ୧୦୦% ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ
ସ୍ମାର୍ଟ ସିଟି (Smart City Berhampur) ହେବ ରେଶମ ନଗରୀ ବ୍ରହ୍ମପୁର ସହର (Silk City Berhampur)! ବଦଳିବ ସହରର ରୂପରେଖ! ଅତିଶୀଘ୍ର ପୂରଣ ହେବ ସହରବାସୀଙ୍କ ସ୍ବପ୍ନ। ବିଏମସି ପକ୍ଷରୁ ଆଗତ ହୋଇଥିବା ୩୮୯ କୋଟି ଟଙ୍କାର ବଜେଟ୍ ଉପରେ ବାଜିଲା ମୋହର। ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଛି। ଏଥରର ବଜେଟ୍ ରେ ସହରର ସୌନ୍ଦର୍ଯ୍ଯକରଣ (Beautification of Berhampur City) ସହ ମୌଳିକ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି।
ରେଶମ ନଗରୀର ଅନ୍ୟତମ ଆକର୍ଷଣ ବେଢା ବନ୍ଧର ସୌନ୍ଦର୍ଯ୍ଯକରଣ ଲାଗି ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଆଗୁଳା ବନ୍ଧର ସୌନ୍ଦର୍ଯ୍ଯ କାରଣ ଲାଗି ୪ କୋଟି, ବଡ ବଜାର ପେଣ୍ଡିରିଗାଡି ମାର୍କେଟ କମ୍ପେକ୍ସ (Berhampur Bada Bazar) ଲାଗି ୨୫ କୋଟି, ସହର ମଧ୍ୟରେ ୨୦ଟି ସ୍ମାର୍ଟ ରୋଡ (Berhampur City Smart Road) ଲାଗି ୨୦ କୋଟି, ଆମିଷ-ନିରାମିଷ ସ୍ମାର୍ଟ ମାର୍କେଟ (Veg-Non Veg Smart Market) ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ କରିବା ଲାଗି ଚଳିତ ବଜେଟରେ ନିଷ୍ପତ୍ତି ହୋଇଛି। ଉଭୟ ରାଜ୍ୟ-କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏହି ପ୍ରକଳ୍ପକୁ ସ୍ଥାନିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପକୁ ବାସ୍ତବ ରୂପରେଖ ଦେବାକୁ ଲକ୍ଷ ରଖାଯାଇଥିବା କହିଛନ୍ତି ବିଏମସି କମିସନର।
Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା
ବ୍ରହ୍ମପୁର ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମିଶନରଙ୍କ ସହ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମିଳିତ ଭାବେ ଗତ କିଛି ଦିନ ଧରି ମହାନଗର ନିଗମ ଅଧିନସ୍ଥ ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ସହରର ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବା ପରେ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଅନେକ ଅଭାବକୁ ପୂରଣ କରିବା ଲାଗି ଏଥର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ କ୍ରୀଡାପ୍ରେମୀଙ୍କ ଲାଗି ଏକ କୋଟି ଟଙ୍କା ବ୍ୟୟରେ ଦୁଇଟି ବାସ୍କେଟ ବଲ କୋର୍ଟ, ୱେଲ କମ ଗେଟ ଲାଗି ୪ କୋଟି, କଲ୍ୟାଣ ମଣ୍ଡପକୁ ସ୍ମାର୍ଟ କରିବା ଲାଗି ୨ କୋଟି, ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ ସ୍ଥାପନ ଲାଗି ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସହର ମଧ୍ୟରେ ଦୁଇଟି ସ୍ମାର୍ଟ ପାର୍କ ଏବଂ ଓଭରବ୍ରିଜ ସୌନ୍ଦର୍ଯ୍ଯ କାରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
Also Read: ସଂକଟ ବେଳେ ଦେବଦୂତ ସାଜିଲେ ବିଧାୟକ; ସହଯୋଗ ପାଇଁ ସାଉଁଟୁଛନ୍ତି ପ୍ରଶଂସା
ଦୀର୍ଘ ଦିନ ଧରି ରହିଥିବା ରେଶନ ନଗରୀ ବାସିନ୍ଦାଙ୍କ ସ୍ବପ୍ନକୁ ପୁରଣ କରିବା ଲାଗି ଏଥର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସହରର ରୂପରେଖରେ ଅନେକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ। ସେପଟେ ଏଥର ବିଏମସି ବଜେଟ୍କୁ ସହରବାସୀ ସନ୍ତୋଷ ପ୍ରକାଶ କରିଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପକୁ ସଠିକ ସମୟ ମଧ୍ୟରେ ବାସ୍ତବ ରୂପ ଦେବା ଲାଗି ଦାବି କରିଛନ୍ତି। ବ୍ରହ୍ମପୁର ବାସୀଙ୍କ ସ୍ବପ୍ନକୁ ପୁରଣ କରିବା ଲାଗି ଚଳିତ ବଜେଟ୍ କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡି଼ବ।