୫ବର୍ଷର ଶିଶୁ କୁ ଚାପିଦେଲା ବସ୍
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୌଡଗାଁ ପଞ୍ଚାୟତ ଅନ୍ତର୍ଗତ ଦାଉଣୀ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଶିଶୁ କେ. ନୂଆଗାଁ ଥାନା ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ (୦୫) ବୋଲି ଜଣାପଡିଛି ।
Trending Photos

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୌଡଗାଁ ପଞ୍ଚାୟତ ଅନ୍ତର୍ଗତ ଦାଉଣୀ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଶିଶୁ କେ. ନୂଆଗାଁ ଥାନା ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ (୦୫) ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ମୃତ ସିଲୁଙ୍କ ଦେହ ଅସୁସ୍ଥ ଥିବା ହେତୁ ବାପା, ମାଆଙ୍କ ସହ ବ୍ରହ୍ମପୁର ମେଡିକାଲକୁ ଯାଇ ବ୍ରହ୍ମପୁରରୁ ତୁରୁବୁଡି ଏକ ଘରୋଇ ଯାତ୍ରୀବାହୀ ବସରେ ଆସି ଗ୍ରାମ ନିକଟରେ ଓହ୍ଲାଉଥିବା ବେଳେ ପଛ ଚକ ତଳେ ପଡି ଯିବାରୁ ଚକଟି ଶିଶୁ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଶିଶୁ ଜଣକର ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ପରେ ଗାଡିଟି ଦ୍ରୁତଗତିରେ ପଳାଇଥିବା ଜଣାପଡିଛି । ଘଟଣାପରେ ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଶବକୁ ରାଜରାସ୍ତାରେ ରଖି ଟାୟାର ଜାଳି ରାସ୍ତାକୁ ଅବରୋଧ କରିଛନ୍ତି । କେ. ନୂଆଗାଁ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଯାହା ଫଳରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେ.ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।
More Stories