ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର

ଘରେ ଘରେ ଦେଖିବାକୁ ମିଳିଛି ଖୁସିର ଆସର। ବ୍ରହ୍ମପୁରରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର  ଲୋକେ ଖୁବ ଆଡମ୍ବର ସହ ପାଳନ କରିଥାନ୍ତି ଏହି ପର୍ବକୁ  । ଗତକାଲି ତେଲୁଗୁ ଭାଷାଭାଷୀ ଲୋକେ ଭୋଗି ପାଳନ କରିଥିବା ବେଳେ ଆଜି ପୋଙ୍ଗଲ ଭାବେ ପାଳନ କରିଥାନ୍ତି । 

ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଘରେ ଘରେ ଚାଲିଛି ନାଚଗୀତର ଆସର । ନୂଆ ପୋଷାକ ପିନ୍ଧି ନିଆଁ ଚାରିପାଖରେ  ଚାଲିଛି ପୂଜା ଅର୍ଚ୍ଚନା । ଏ ଭଳି ନିଆରା ମାହୋଲ ଦେଖିବାକୁ ମିଲିଥିଲା ରେଶମ ସହର ବ୍ରହ୍ମପୁରରେ । ଏ ସବୁ ମାହୋଲ ଜମିଥିଲା ମକର ସଂକ୍ରାନ୍ତି ଲାଗି । ଗତକାଲି ରାତିରେ ବ୍ରହ୍ମପୁରରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟ  ଲୋକେ ଖୁସିର ପରିବେଶ ମଧ୍ୟରେ ପାଳନ କରିଛନ୍ତି ଭୋଗୀ ପର୍ବକୁ । ମଧ୍ୟରାତ୍ରରୁ ଭୋଗି ନିଆଁ ଲଗାଇ ନିଜ ନିଜ ଭିୁତରେ ଥିବା ମତ ବେଦକୁ ପଛରେ ପକାଇ ନିଜ ନିଜ ଭିତରେ ଭାଇଚାର ସୃଷ୍ଟି କରିବା ସହ ବେସ ଆନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ଏହି ପର୍ବକୁ ।

ଆଜି ପୋ ଙ୍ଗଲ ର ମାହୋଲ ଓ ଆସନ୍ତା କାଲି ମକର ସଂକ୍ରାନ୍ତି ଥିବାରୁ ସକାଳୁ ସକାଳୁ ମଧ୍ୟ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜା ଅର୍ଚ୍ଚନା ଚାଲିଥିବା ଦେଖିବାକୁ ମିଲିଥିଲା ।  ତେବେ ଅମଳ ହୋଇଥିବା ପ୍ରଥମ ଚାଉଳକୁ ପୂଜା କରି ନୂଆଖାଇ ଥାନ୍ତି  ତେଲୁଗୁ ସମ୍ପ୍ରଦାୟ  ଲୋକେ ।
ମକର ପର୍ବକୁ ସାଧାରଣତଃ 4 ଦିନ ଧରି ପାଳନ କରିଥାନ୍ତି ତେଲୁଗୁ ସଂମ୍ପର୍ଦାୟ ଲୋକେ । ପ୍ରଥମ ଦିନରେ ଭୋଗୀ, ତାପରେ ପାଣ୍ଡୁକୁ, କାନୁମୁ ଓ ମକାନୁମୁ ।  ଦୈନନ୍ଦିନ ଜୀବନରେ ଘରର ସମସ୍ତ ସଦସ୍ୟ ନିଜ ନିଜ କାମରେ ବ୍ୟସ୍ତ ରହୁଥାନ୍ତି । ଏହି ଭଳି ପର୍ବ ଘରର ସମସ୍ତ ସଦସ୍ୟଙ୍କୁ ଏକାଠି କରିଥାଏ । ପିଲା ଠାରୁ ବୁଢା ନାଚଗୀତ ଓ ହସଖୁସି ମଧ୍ୟରେ ପାଳନ କରିଥାନ୍ତି ଏହି ପର୍ବକୁ ।