ନିର୍ଦ୍ଦେଶକଙ୍କୁ ବିରୋଧ, କିନ୍ତୁ ତାପସୀଙ୍କୁ ପ୍ରଶଂସା କଲେ ସ୍ମୃତି

ଥପ୍ପଡର ଟ୍ରେଲରୁ ନେଇ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ...

ନିର୍ଦ୍ଦେଶକଙ୍କୁ ବିରୋଧ, କିନ୍ତୁ ତାପସୀଙ୍କୁ ପ୍ରଶଂସା କଲେ ସ୍ମୃତି

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ତାପସି ପନ୍ନୁଙ୍କ ଫିଲ୍ମ 'ଥପ୍ପଡ଼'ର ଟ୍ରେଲରକୁ ନେଇ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଛି। ଏହାକୁ ନେଇ ଅନେକ କଳାକାର ତାପସୀଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି। ଅଭିନେତ୍ରୀ ଭୂମି ପେଡନେକର, ବିକି କୌଶଲ, କାଜଲ ଅଗ୍ରୱାଲ, ଜ୍ୟାକଲିନ ଫଡ଼ନାଭିସ ତାପସିଙ୍କ କଳାକାରଙ୍କୁ ଖୁବ ପସନ୍ଦ କରିଛନ୍ତି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଫିଲ୍ମର ଟ୍ରେଲର ଦେଖି ତାହାର ଖୁବ ପ୍ରଶଂସା କରିଛନ୍ତି। 

ସ୍ମୃତି କହିଛନ୍ତି, ଏହାର ନିର୍ଦ୍ଦେଶକ ଓ କିଛି କଳାକାରଙ୍କ ରାଜନୈତିକ ବିଚାରଧାରା ସହ ସମର୍ଥନ କରୁନାହାନ୍ତି। କିନ୍ତୁ ମୁଁ ଏହି  ଫିଲ୍ମ ଦେଖିବି ବୋଲି ସେ କହିଛନ୍ତି। ଏହି ଫିଲ୍ମକୁ ପରିବାର ସହ ଦେଖନ୍ତୁ ବୋଲି ସେ ଦର୍ଶକଙ୍କୁ ମଧ୍ୟ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପିଲ୍ମ 'ଥପ୍ପଡ'ର ଟ୍ରେଲର ନିଜ ଇନଷ୍ଟାଗାମରେ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି, କେତେଜଣ ଶୁ୍ଣିଛନ୍ତି 'ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ପଡ଼ିବ'। କେତେକ ଜଣ ଭାବୁଛନ୍ତି 'ମହିଳାଙ୍କୁ ମାଡ଼ ମାରିବା କେବଳ ଗରିବ ପରିବାରରେ ହୋଇଥାଏ'। କେତେଜଣ ଭାବୁଛନ୍ତି, 'ଶିକ୍ଷିତ ବ୍ୟକ୍ତିମାନେ କେବେ ହାତ ଉଠାନ୍ତି ନାହିଁ'। ଫିଲ୍ମର ନିର୍ଦ୍ଦେଶକଙ୍କ ରାଜନୈତିକ ବିଚାରଧାରା ସହ ସମର୍ଥନ କରୁନି, କିନ୍ତୁ ଫିଲ୍ମ ଦେଖିବାକୁ ଲୋକମାନେ ଯିବା ଦରକାର ବୋଲି ସେ କହିଛନ୍ତି। ଏହି ଫିଲ୍ମକୁ ନିଶ୍ଚୟ ଦେଖିବି ଓ ପରିବାର ସହ ଲୋକମାନେ ଏହାକୁ ଦେଖିବା ଦରକାର।

ସୂଚନା ଅନୁସାରେ, କୌଣସି ମହିଳାଙ୍କୁ ମାଡ଼ ମାରିବା କେବେ ବି ଠିକ ହେବ ନାହିଁ। ଗୋଟିଏ ଚାପୁଡା ନୁହେଁ, କେବଳ ଗୋଟିଏ ଚାପୁଡ଼ା ନୁହେଁ। ଟ୍ରେଲର ଅନୁସାରେ, ଅମୃତା ନାମକ ଜଣେ ମଧ୍ୟମ ଶ୍ରେଣୀର ଗୃହିଣୀଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ଗତିଶୀଳ। ଅମୃତାଙ୍କ ସ୍ୱାମୀ ଏକ ପାର୍ଟୀରେ ସମସ୍ତଙ୍କ ସମ୍ମୁଖରେ ଅମୃତାଙ୍କୁ ଚାପୁଡ଼ା ମାରୁଛନ୍ତି। ପରିବାରକୁ ପୂରାପୂରି ସମର୍ପିତ ହୋଇଥିବା ଅମୃତା ଏହି ଚାପୁଡା ଦ୍ୱାରା ଜାଗ୍ରତ ହୋଇଯାଉଛନ୍ତି। ନିଜର ଆତ୍ମସମ୍ମାନ ଓ ଅଧିକାର ପାଇଁ ସେ ଏହାର ବିରୋଧ କରୁଛନ୍ତି। 

ସେ କହିଛନ୍ତି, ଏହାଦ୍ୱାରା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ଦରକାର। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ଦେବା ଦରକାର କି ନାହିଁ ତାକୁ ନେଇ ଫିଲ୍ମ ଗତି କରୁଛି। ଫିଲ୍ମ ଥପ୍ପଡ଼ର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଅନୁଭବ ସିହ୍ନା। ତାପସି ଅମୃତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ତାପସୀଙ୍କ ବିପକ୍ଷରେ ପାବେଲ ଗୁଲାଟି, ଦିୟା ମିର୍ଜା, ରତ୍ନା ପାଠକ ଶାହ, ନବ୍ନି ଆଜମି, ମାନବ କୋଲ ଓ କୁମୁଦ ମିଶ୍ରା କଳାକାର ରହିଛନ୍ତି।. ଏହି ଫିଲ୍ମ ଫେବୃଆରୀ ୨୮ରେ ରିଲିଜ ହେବ।.