ଦୁଇ ବାଇକ ଧକ୍କା: ୧ ମୃତ, ୩ ଗୁରୁତର

ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଧର୍ମପୁର ଗାଁ ନିକଟରେ ଦୁର୍ଘଟଣା । 

ଦୁଇ ବାଇକ ଧକ୍କା: ୧ ମୃତ, ୩ ଗୁରୁତର
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଧର୍ମପୁର ଗାଁ ନିକଟରେ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । 

ସୂଚନା ମୁତାବକ, ପାଟପୁର ଥାନା ଅନ୍ତର୍ଗତ ଧର୍ମପୁର ଗାଁ ନିକଟରେ ହୋଇଛି ଏହି ଦୁର୍ଘଟଣା । ପରସ୍ପର ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେପାରୁଆ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । 

ଆହୁରି ପଢ଼ନ୍ତୁ; ଦିଗପହଣ୍ଡି କୋରେଇସୁଣିରେ ଦୁର୍ଘଟଣା, ୧ ମୃତ