• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

ଚିନ୍ତା ବଢାଇ ଦେଇଛି ଅଣ୍ଡା, ବାଟବଣା ହେଉଛି ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା

ପୃଷ୍ଟିକର ଯୋଜନା ଉପରେ ପଡିଛି ଅଣ୍ଡା ଦର ବୃଦ୍ଧିର ପ୍ରଭାବ । ଉଚିତ ପ୍ରାପ୍ୟ ନ ପାଇବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି ଅଙ୍ଗନୱାଡି କର୍ମୀ ।

ଚିନ୍ତା ବଢାଇ ଦେଇଛି ଅଣ୍ଡା, ବାଟବଣା ହେଉଛି ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା

ବ୍ରହ୍ମପୁର: ବିଗତ କିଛି ଦିନ ଧରି ହୁ ହୁ ହୋଇ ବଢି ଚାଲିଛି ଅଣ୍ଡା (Egg) ଦର । ଯାହାର ସିଧାସଳଖ ପ୍ରଭାବ ପଡିଛି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା ଉପରେ । କୋରୋନା (Corona) କାଳରେ ଗର୍ଭବତୀ ମହିଳା, ଶିଶୁ ଓ ଅଙ୍ଗନୱାଡି (Anganwadi) କେନ୍ଦ୍ରରେ ପାଠ ପଢୁଥିବା ୩-୬ ବର୍ଷର ଛାତ୍ର ଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବା ଲକ୍ଷରେ ଘରେ ଘରେ ରାସନ ପହଞ୍ଚାଇବା ଲାଗି   ଅଙ୍ଗନୱାଡି କର୍ମୀଙ୍କୁ ଦାୟୀତ୍ୱ ଦିଆଯାଇଛି । ପ୍ରତ୍ୟେକ ହିତାଧିକାରୀଙ୍କ ପିଛା ୭ ଟଙ୍କା ୭୦ ପଇସା ଦର ଧାର୍ଯ୍ୟ ହୋଇଥିବା ବେଳେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି । 

ପୃଷ୍ଟିକର ଯୋଜନା ଉପରେ ପଡିଛି ଅଣ୍ଡା ଦର ବୃଦ୍ଧିର ପ୍ରଭାବ । ଉଚିତ ପ୍ରାପ୍ୟ ନ ପାଇବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି ଅଙ୍ଗନୱାଡି କର୍ମୀ । ଅନେକ ଜାଗାରେ ସଠିକ ସମୟରେ ଅଣ୍ଡା ନମିଳିବାରୁ ଗାଁ ଗାଁରେ ଦେଖିବାକୁ ମିଳିଛି ଅସନ୍ତୋଷ । ରାଜ୍ୟରେ ଯେଭଳି କୌଣସି ବ୍ୟକ୍ତି ଅପପୃଷ୍ଟିର ଶିକାର ହୋଇ ପ୍ରାଣ ନହରାନ୍ତି ସେଥିଲାଗି ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି ପୃଷ୍ଟିକର ଯୋଜନା । 

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ଗର୍ଭବତୀ, ପ୍ରସୂତୀ, ୬ମାସରୁ ୩ ବର୍ଷର ଶିଶୁ, ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢୁଥିବା ୩-୬ ବର୍ଷ ବୟସର ଶିଶୁଙ୍କୁ ସୁଷମ ଖାଦ୍ୟ ସହ ମାସିକ 20 ଅଣ୍ଡା ଯୋଗାଇ ଦେବାର ନିଷ୍ପତ୍ତି ହୋଇଛି ।  ଘରେ ଘରେ ପ୍ରଦାନ କରାଯାଉଥିବା ହିତାଧିକାରୀଙ୍କୁ ମାସିକ ୧୨ଟି ଅଣ୍ଡା ଯୋଗାଇ ଦେବାର ନିୟମ ରହିଛି । ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ଅଙ୍ଗନବାଡି କର୍ମୀକୁ ଦାୟୀତ୍ୱ ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ପିଛା ୭ ଟଙ୍କା ୭୦ ପଇସା ଦର ଧାର୍ଯ୍ୟ ହୋଇଛି । 

ହେଲେ ବର୍ତ୍ତମାନ ବଜାର ରେ ଅଣ୍ଡା ଦର ୬ଟଙ୍କାରୁ ୬ ଟଙ୍କା ୫୦ ପଇସା ରହିଥିବା ବେଳେ ଅଙ୍ଗନବାଡି କର୍ମୀକୁ ଅଣ୍ଡା ପିଛା ୪ ଟଙ୍କା ୯୦ ପଇସା ମିଳୁଛି । ଯାହା ଫଳରେ ଏତେ କମ ଟଙ୍କାରେ ବଣ୍ଟନ ସମ୍ଭବ ହେଉନଥିବା ବେଳେ ଗରିବ ହିତାଧିକାରୀ ପୃଷ୍ଟିକର ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବୁଦ୍ଧିଜୀବୀ ।

ସେପଟେ ସରକାରଙ୍କ ନିଷ୍ପତ୍ତି ମୁତାବକ ନିର୍ଦ୍ଧାରିତ ସାମଗ୍ରୀ ପାଇବାରୁ ବଞ୍ଚିତ ହିତାଧିକାରୀ ଏବେ ଅନେକ ସ୍ଥାନରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କୁ ମଧ୍ୟ ଘେରିବା ଆରମ୍ଭ କଲେଣି । ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ରହିଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚି ଥିବା ବେଳେ ସମସ୍ୟାର ସମଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅଙ୍ଗନବାଡି କର୍ମୀ, ହିତାଧିକାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।