ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଗୋ-ମାଂସ ବୋଝେଇ କଣ୍ଟେନର ଚେନ୍ନାଇ ଚାଲାଣ କରାଯାଉଥିବା ନେଇ ବଜର ଦଳର କର୍ମୀ ଗୋଳନ୍ଥରା ଥାନା ପୋଲିସକୁ ଖବର ଦେଇଥିଲେ
Trending Photos
)
ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶ ଓ ଓଡିଶା ସିମାନ୍ତ ଇଛାପୁର ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି । ଏକ କଣ୍ଟେନରରେ ଭର୍ତ୍ତି ହୋଇ ବିପୁଳ ପରିମାଣରେ ଗୋ ମାଂସ ଚାଲାଣ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । କଣ୍ଟେନରଟି ପଶ୍ଚିମବଙ୍ଗରୁ ଗୋ-ମାଂସ ନେଇ ଚେନ୍ନାଇ ଯାଉଥିବା ଡ୍ରାଇବର ଜଣକ କହିଛି ।
ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଗୋ-ମାଂସ ବୋଝେଇ କଣ୍ଟେନର ଚେନ୍ନାଇ ଚାଲାଣ କରାଯାଉଥିବା ନେଇ ବଜର ଦଳର କର୍ମୀ ଗୋଳନ୍ଥରା ଥାନା ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସର ଖାମ ଖିଆଲ ନିତି ଯୋଗୁଁ କଣ୍ଟେନରଟି ଓଡିଶା ସିମାନ୍ତ ପାର ହେବାରେ ସଫଳ ହୋଇଥିବା ବେଳେ ବଜରଙ୍ଗ ଦଳ କର୍ମୀମାନେ ପିଛା କରି ଆନ୍ଧ୍ର ଓଡିଶା ସୀମନ୍ତ ପୁରୁଷୋତ୍ତପୁର ଠାରେ କାବୁ କରିଥିଲା । ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୋଲିସ ସେଠାରେ ପହଂଚି ଗୋ ମାଂସ ବୋଝେଇ କଣ୍ଟେନରକୁ ଜବତ କରିଛି ।