କୋରୋନା ଆତଙ୍କ: ମେଡିକାଲରୁ ଚମ୍ପଟ ମାରିଲେ ଜଣେ ସନ୍ଦିଗ୍ଧ ରୋଗୀ

ବ୍ରହ୍ମପୁର ବଡ଼ ମେଡିକଲରୁ ଚମ୍ପଟ ମାରିଲେ ଜଣେ ସନ୍ଦିଗ୍ଧ କୋରୋନା ରୋଗୀ  । ଖାସ, ଛିଙ୍କ ଏବଂ ଥଣ୍ଡା ହୋଇ ଗତକାଲି ଅପରାହ୍ନ ୪ଟା ବେଳେ କୃଷ୍ଣପ୍ରସାଦ ଥାନା ଅଞ୍ଚଳର ରୋଗୀ ଜଣଙ୍କ  ଵ୍ରହ୍ମପୁର ବଡ଼ ମେଡିକାଲକୁ ଆସିଥିଲେ । ସେଠାରେ ତାଙ୍କ ଚିକିତ୍ସା ପାଇଁ ଆଇସୋଲାଟେଡ଼ ୱାର୍ଡରେ ରଖାଯାଇଥିଲା ।

କୋରୋନା ଆତଙ୍କ: ମେଡିକାଲରୁ ଚମ୍ପଟ ମାରିଲେ ଜଣେ ସନ୍ଦିଗ୍ଧ ରୋଗୀ
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: କୋରୋନା ଭୂତାଣୁର ଆତଙ୍କରେ ଆତଙ୍କିତ ସମଗ୍ର ଦେଶବାସୀ । ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ ପହଞ୍ଚିଛି । ଏହାର ପ୍ରଭାବରେ ପ୍ରଭାବିତ ହେଉଛି ଓଡ଼ିଶା । ଯଦିଓ କୋରୋନା ଭୂତାଣୁର କୌଣସି ପୋଜିଟିଭ ମାମଲା ଆସିନି । ତଥାପି ରାଜ୍ୟ ସରକାର କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ସରକାର ଓ ପ୍ରଶାସନ । ଏଥିପାଇଁ ବିଭିନ୍ନ ଗାଇଡ ଲାଇନ ଜାରି ମଧ୍ୟ କରାଯାଇଛି ।

ଅନ୍ୟପକ୍ଷେ ବ୍ରହ୍ମପୁର ବଡ଼ ମେଡିକଲରୁ ଚମ୍ପଟ ମାରିଲେ ଜଣେ ସନ୍ଦିଗ୍ଧ କୋରୋନା ରୋଗୀ  । ଖାସ, ଛିଙ୍କ ଏବଂ ଥଣ୍ଡା ହୋଇ ଗତକାଲି ଅପରାହ୍ନ ୪ଟା ବେଳେ କୃଷ୍ଣପ୍ରସାଦ ଥାନା ଅଞ୍ଚଳର ରୋଗୀ ଜଣଙ୍କ  ଵ୍ରହ୍ମପୁର ବଡ଼ ମେଡିକାଲକୁ ଆସିଥିଲେ । ସେଠାରେ ତାଙ୍କ ଚିକିତ୍ସା ପାଇଁ ଆଇସୋଲାଟେଡ଼ ୱାର୍ଡରେ ରଖାଯାଇଥିଲା । କିନ୍ତୁ ଆଜି ସେ ସେଠାରୁ ହଠାତ ଚମ୍ପଟ ମାରିଥିବା ସୂଚନା ମିଳିଛି  ।