କୋରୋନା ଆତଙ୍କ: ସଚେତନ ପାଇଁ ଲାଗିଲା ୧୪୪ ଧାରା
Advertisement

କୋରୋନା ଆତଙ୍କ: ସଚେତନ ପାଇଁ ଲାଗିଲା ୧୪୪ ଧାରା

କୋରୋନା ସଚେତନା ପାଇଁ ଜିଲ୍ଲା ପ୍ରଶାସନ ଏପରି କରିଛି । ଏହାସହ କୋରୋନା ଭାଇରସକୁ ଆଗୁଆ ମୁକାବିଲା କରିବା ଲାଗି ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି । ଜିଲ୍ଲାର କୌଣସି ସ୍ଥାନରେ ଏକାଧିକ ଭିଡ ଜମାଇଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: କୋରୋନା ଭୂତାଣୁ ମହାମାରୀ ରୂପ ଧାରଣ କରିଛି । ଏହା ସମଗ୍ର ବିଶ୍ୱରେ ବ୍ୟାପି ସାରିଛି । ବର୍ତ୍ତମାନ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରି ଚାଲିଛି ଏହା ମହାମାରୀ । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ସମାନ ଭାବେ ଓଡ଼ିଶା ସରକାର ମଧ୍ୟ ସତର୍କତାମୂଳକ ପଦକ୍ଷେପ ନେଇ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହି କ୍ରମରେ ଗଞ୍ଜାମରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । 