Advertisement
Article Detail0/zeeodisha/odisha700818
Zee OdishaBerhampurସରକାରୀ କାର୍ଯ୍ୟାଳୟରେ ସାଧାରଣଙ୍କ ଚଳପ୍ରଚଳ ନେଇ କଟକଣା ଜାରି, ଜିଲା ବଢୁଛି କୋରୋନା ସଂକ୍ରମଣ

ସରକାରୀ କାର୍ଯ୍ୟାଳୟରେ ସାଧାରଣଙ୍କ ଚଳପ୍ରଚଳ ନେଇ କଟକଣା ଜାରି, ଜିଲା ବଢୁଛି କୋରୋନା ସଂକ୍ରମଣ

ଜିଲ୍ଲା ପ୍ରଶାସନର  କଟକଣା ଜାରି

ସରକାରୀ କାର୍ଯ୍ୟାଳୟରେ ସାଧାରଣଙ୍କ ଚଳପ୍ରଚଳ ନେଇ କଟକଣା ଜାରି, ଜିଲା ବଢୁଛି କୋରୋନା ସଂକ୍ରମଣ

ବ୍ରହ୍ମପୁର: କୋରୋନାର ଭୟାବହତା ତଥା ସଂକ୍ରମଣର ମାତ୍ରା ବ୍ୟାପକ ହୋଇଛି ଗଞ୍ଜାମ ଜିଲ୍ଲାରେ। ଫଳରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଜିଲ୍ଲାରୁ ୭୫ଟି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଏକ ହଜାର ଟପିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବାଲାଗି ସବୁ ବେଳେ ଆଗ ଧାଡିରେ ରହୁଥିବା ଯ଼ୋଦ୍ଧାମାନେ ଏବେ ଧୀରେଧୀରେ କୋରୋନା କବଳରେ କବଳିତ ହେଉଛନ୍ତି।   ସେପଟେ ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ସଂକେତ ମିଳିଥିବା ବେଳେ ଆଜି ଠାରୁ ୧୦ ଦିନ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ନିମନ୍ତେ ସର୍ବସାଧାରଣରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ।

ଗଞ୍ଜାମ ଜିଲ୍ଲାରେ କାୟା ମେଲାଇଛି ଅଦୃଶ୍ୟ କୋରୋନା। ଗାଁ ଠାରୁ ସହର ସବୁଠି କୋରୋନାର ଆତଙ୍କ। ଜିଲ୍ଲାରେ ପ୍ରତ୍ୟେକ ଦିନ ବହୁ ମାତ୍ରାରେ ପଜିଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ଆଜି ଆକ୍ରାନ୍ତଙ୍କ ସମସ୍ତ ଦୈନିକ ରେକର୍ଡ ଭାଙ୍ଗି ୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟର କୋରୋନା ସଂକ୍ରମଣଙ୍କ ତାଲିକାର ଠାରୁ ଶୀର୍ଷରେ ରହିଥିବା ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଥିବା ବେଳେ ଅଧିକରୁ ଅଧିକ ଯୋଦ୍ଧାମାନେ କୋରୋନା ଦ୍ୱାରା କବଳିତ ହୋଇଥିବା ଜିଲ୍ଲା ପ୍ରଶାସନ ଷ୍ପଷ୍ଟ କରିଛି।  

ଏଥିଲାଗି ଆଜିଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଟ୍ୱିଟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନର ନିଷ୍ପତିକୁ ମାନିବା ଦ୍ୱାରା କୋରୋନା ଚେନକୁ ଭାଙ୍ଗିହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Add Zee News as a Preferred Source

ଗତ ଏକ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୨ସହରୁ ଊର୍ଦ୍ଧ୍ୱ କୋରୋନା ପଜିଟିଭ ଚିହ୍ନହେବା ପରେ ସବୁଠି ଖେଳିଯାଇଛି ଭୟର ବାତାବରଣ ତଥାପି ଜୀବିକା ଆଗରେ କୋରୋନାର ଭୟ କାଟୁ କରୁ ନଥିବା ବେଳେ ବିଭିନ୍ନ ସ୍ଥାନରେ ସାମାଜିକ ବ୍ୟବଧାନର ଅଣଦେଖା କରାଯାଉଥିବାନଜରକୁ ଆସିଛି। ଏଥିଲାଗି କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡି ବ୍ଲକର ଅଧିକାଂଶ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଭାବେ ଘୋଷଣା କରାଯ଼ାଇଛି। ସମ୍ପୃକ୍ତ ଅଞ୍ଚଳକୁ ଯେଭଳି କୌଣସି ଲୋକ ଚଳାଚଳ ନ କରିବେ ସେହିଦିଗରେ ତହସିଲଦାର ଓ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଥିବା ପ୍ରଶାସନର ନିଷ୍ପତ୍ତି ସହଯୋଗ କରିବା ଆବଶ୍ୟକ କହିଛନ୍ତି ସ୍ଥାନୀୟ ବାସିନ୍ଦା।

About the Author