କରୋନା ଆତଙ୍କ: ଜାପାନରୁ ପୁଅକୁ ଫେରାଇ ଆଣିବା ପାଇଁ ଗୁହାରୀ
Advertisement

କରୋନା ଆତଙ୍କ: ଜାପାନରୁ ପୁଅକୁ ଫେରାଇ ଆଣିବା ପାଇଁ ଗୁହାରୀ

ଦୀର୍ଘ ୧୪ ଦିନ ଧରି ସେ ସେଠି ଫସି ରହିଥିବା କୁହାଯାଉଛି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଜାପାନର ୟୋକହୋମାରେ ଫସି ରହିଛନ୍ତି ଜଣେ ଓଡ଼ିଆ ପୁଅ । ଫସି ରହିଥିବା ଓଡ଼ିଆ ପୁଅ ହେଉଛନ୍ତି ବ୍ରହ୍ମପୁର ସହରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ । ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି । 

ସୂଚନା ମୁତାବକ, ଶିବାଶିଷ ଜାପାନର ୟୋକହୋମା ଜଳ ସୀମା ଜାହାଜରେ ଫସି ରହିଛନ୍ତି । ଦୀର୍ଘ ୧୪ ଦିନ ଧରି ସେ ସେଠି ଫସି ରହିଥିବା କୁହାଯାଉଛି । ଏପଟେ ପୁଅର ଏପ୍ରକାର ଅବସ୍ଥା ଦେଖି ପରିବାର ଲୋକଙ୍କ ନିଦ ହଜି ଯାଇଛି । ଖୁବଶୀଘ୍ର ଶିବାଶିଷଙ୍କୁ ଫେରାଇ ଆଣିବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । 

ଆହୁରି ପଢ଼ନ୍ତୁ; କାହା ପାଇଁ ମହାପ୍ରୟାଣ ଯୋଜନା ? ରିକ୍ସାରେ ବୁହା ହେଲା ଶବ