ଲକ୍ ଡାଉନ୍ ମଧ୍ୟରେ ଘରେ ବସି ପାଇବେ ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା
Advertisement
Article Detail0/zeeodisha/odisha662922

ଲକ୍ ଡାଉନ୍ ମଧ୍ୟରେ ଘରେ ବସି ପାଇବେ ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା

ଡାକ୍ତରଙ୍କ ପରାମର୍ଶରେ ଗୋଟିଏ କଲରେ ଘରେ ପହଞ୍ଚିବ ସମସ୍ତ ଜରୁରୀକାଳୀନ ସାମଗ୍ରୀ ଓ ମେଡିସିନ । ଜନସାଧାରଣଙ୍କ ସୁବିଧା ପାଇଁ ଲକ ଡାଉନ ସମୟରେ  ଓଡିଶାରୁ ପ୍ରଥମ ଥର ଲାଗି ଏ ଭଳି କିଛି ଭିନ୍ନ ପଦକ୍ଷେପ ଆପଣେଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ।

ଫାଇଲ ଫଟୋ
ଫାଇଲ ଫଟୋ

ବ୍ରହ୍ମପୁର: କୋରୋନା ଭାଇରସକୁ ମୁକାବିଲା କରିବା ଲାଗି ୨୧ ଦିନିଆ ଲକ୍ ଡାଉନର  ଆଜି ଦଶମ ଦିନରେ ପହଞ୍ଚିଛି । ତେବେ ଆଗକୁ ଆହୁରି ୧୧ ଦିନ ଜନସାଧାରଣ ଲକ୍ ଡାଉନ ମଧ୍ୟରେ ରହିବାକୁ ଥିବା ବେଳେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ବାସିନ୍ଦାଙ୍କୁ ଘରୋଇ ସୁବିଧା ଯୋଗାଇ ଦେବା ନିମନ୍ତେ ଟେଲି ସେବା ଆରମ୍ଭ କରାଯାଇଛି ।  ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ଓ ଯୁବପିଢିଙ୍କ ସ୍କିଲ ଡେଭଲପମେଣ୍ଟ ନିମନ୍ତେ ବିଶେଷଜ୍ଞଙ୍କ ସମ୍ମିଳିତ ହେଲପ ଲାଇନ ନଂ ଜାରି କରାଯାଇଛି । ଯାଗା ଆଗାମୀ ୧୧ ଦିନର ଲକ୍ ଡାଉନକୁ ସଫଳ କରିବା ଲାଗି ବେସ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

fallback

ଆଗାମୀ ୧୧ ଦିନ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ ରେଶମ ନଗରୀ ବ୍ରହ୍ମପୁର । ନିତ୍ୟ ଆବଶ୍ୟକ ସାମଗ୍ରୀ ହେଉ ଅବା ଜରୁରୀ କାଳୀନ ମେଡିସିନ୍  କିଣିବାକୁ ହେଲେ ଏଣିକି  ଆଉ ଘରୁ ବାହାରକୁ ଜିବାକୁ ପଡିବନି ବ୍ରହ୍ମପୁର ସହର ବାସୀଙ୍କୁ । ଘରେ ବସି ନିଜର ସ୍ବାସ୍ଥ୍ୟ ସମ୍ପର୍କିତ  ପରାମର୍ଶ  ବିଶେଷଜ୍ଞ ଡାକ୍ତରମାନଙ୍କ ଠାରୁ ନେଇ ପାରିବେ ଜିଲ୍ଲାବାସୀ । ଏଥିଲାଗି ୬୪ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନାଁ ଓ ତାଲିକା ସର୍ବଜନିନ କରିଛି ପ୍ରଶାସନ । ଡାକ୍ତରଙ୍କ ପରାମର୍ଶରେ ଗୋଟିଏ କଲରେ ଘରେ ପହଞ୍ଚିବ ସମସ୍ତ ଜରୁରୀକାଳୀନ ସାମଗ୍ରୀ ଓ ମେଡିସିନ । ଜନସାଧାରଣଙ୍କ ସୁବିଧା ପାଇଁ ଲକ ଡାଉନ ସମୟରେ  ଓଡିଶାରୁ ପ୍ରଥମ ଥର ଲାଗି ଏ ଭଳି କିଛି ଭିନ୍ନ ପଦକ୍ଷେପ ଆପଣେଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ।

fallback

ଖାଲି ସେତିକି ନୁହେଁ ଘରେ ବସି ବସି ଯୁବପିଢି ଓ ମେଧାବୀ ଛାତ୍ରଛାତ୍ରୀ ବେସ ମାନସିକ ଚାପ ଗ୍ରସ୍ତ  ରହୁଥିବା ବେଳେ ସେମାନଙ୍କ ସ୍କିଲ ଡେଭଲପମେଣ୍ଟ ନିମନ୍ତେ ମଧ୍ୟ ଚିନ୍ତା କରିଛି ପ୍ରଶାସନ । ଇଞ୍ଜିନିୟରିଂ ସେବା ହେଉ ଅବା ୟୁ.ପି.ଏସ.ସି , ଓ .ପି.ଏସ.ସି ,ହୋଟେଲ ମେନେଜମେଣ୍ଟ ,ଇଭେଣ୍ଟ  ମେନେଜମେଣ୍ଟ  ଭଳି ଅନେକ ସିକ୍ଷା  ଦିଗରେ ନିଜର ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ ନିମନ୍ତେ ଘରେ ବସି ବିଶେଷଜ୍ଞଙ୍କ ମଧ୍ୟ ପରାମର୍ଶ ନେଇପାରିବେ ଯୁବପିଢ଼ି । ଏଥିଲାଗି ସନ୍ଧ୍ୟା 5 ଟା ରୁ 8 ପର୍ଯ୍ଯନ୍ତ ସମୟ ଧାର୍ଯ୍ୟ କରାଯାଇଛି ।

;