Advertisement
Article Detail0/zeeodisha/odisha662922
Zee OdishaBerhampurଲକ୍ ଡାଉନ୍ ମଧ୍ୟରେ ଘରେ ବସି ପାଇବେ ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା

ଲକ୍ ଡାଉନ୍ ମଧ୍ୟରେ ଘରେ ବସି ପାଇବେ ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା

ଡାକ୍ତରଙ୍କ ପରାମର୍ଶରେ ଗୋଟିଏ କଲରେ ଘରେ ପହଞ୍ଚିବ ସମସ୍ତ ଜରୁରୀକାଳୀନ ସାମଗ୍ରୀ ଓ ମେଡିସିନ । ଜନସାଧାରଣଙ୍କ ସୁବିଧା ପାଇଁ ଲକ ଡାଉନ ସମୟରେ  ଓଡିଶାରୁ ପ୍ରଥମ ଥର ଲାଗି ଏ ଭଳି କିଛି ଭିନ୍ନ ପଦକ୍ଷେପ ଆପଣେଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ।

ଫାଇଲ ଫଟୋ
ଫାଇଲ ଫଟୋ

ବ୍ରହ୍ମପୁର: କୋରୋନା ଭାଇରସକୁ ମୁକାବିଲା କରିବା ଲାଗି ୨୧ ଦିନିଆ ଲକ୍ ଡାଉନର  ଆଜି ଦଶମ ଦିନରେ ପହଞ୍ଚିଛି । ତେବେ ଆଗକୁ ଆହୁରି ୧୧ ଦିନ ଜନସାଧାରଣ ଲକ୍ ଡାଉନ ମଧ୍ୟରେ ରହିବାକୁ ଥିବା ବେଳେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ବାସିନ୍ଦାଙ୍କୁ ଘରୋଇ ସୁବିଧା ଯୋଗାଇ ଦେବା ନିମନ୍ତେ ଟେଲି ସେବା ଆରମ୍ଭ କରାଯାଇଛି ।  ନିତ୍ୟ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ଓ ଯୁବପିଢିଙ୍କ ସ୍କିଲ ଡେଭଲପମେଣ୍ଟ ନିମନ୍ତେ ବିଶେଷଜ୍ଞଙ୍କ ସମ୍ମିଳିତ ହେଲପ ଲାଇନ ନଂ ଜାରି କରାଯାଇଛି । ଯାଗା ଆଗାମୀ ୧୧ ଦିନର ଲକ୍ ଡାଉନକୁ ସଫଳ କରିବା ଲାଗି ବେସ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

fallback

ଆଗାମୀ ୧୧ ଦିନ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ ରେଶମ ନଗରୀ ବ୍ରହ୍ମପୁର । ନିତ୍ୟ ଆବଶ୍ୟକ ସାମଗ୍ରୀ ହେଉ ଅବା ଜରୁରୀ କାଳୀନ ମେଡିସିନ୍  କିଣିବାକୁ ହେଲେ ଏଣିକି  ଆଉ ଘରୁ ବାହାରକୁ ଜିବାକୁ ପଡିବନି ବ୍ରହ୍ମପୁର ସହର ବାସୀଙ୍କୁ । ଘରେ ବସି ନିଜର ସ୍ବାସ୍ଥ୍ୟ ସମ୍ପର୍କିତ  ପରାମର୍ଶ  ବିଶେଷଜ୍ଞ ଡାକ୍ତରମାନଙ୍କ ଠାରୁ ନେଇ ପାରିବେ ଜିଲ୍ଲାବାସୀ । ଏଥିଲାଗି ୬୪ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନାଁ ଓ ତାଲିକା ସର୍ବଜନିନ କରିଛି ପ୍ରଶାସନ । ଡାକ୍ତରଙ୍କ ପରାମର୍ଶରେ ଗୋଟିଏ କଲରେ ଘରେ ପହଞ୍ଚିବ ସମସ୍ତ ଜରୁରୀକାଳୀନ ସାମଗ୍ରୀ ଓ ମେଡିସିନ । ଜନସାଧାରଣଙ୍କ ସୁବିଧା ପାଇଁ ଲକ ଡାଉନ ସମୟରେ  ଓଡିଶାରୁ ପ୍ରଥମ ଥର ଲାଗି ଏ ଭଳି କିଛି ଭିନ୍ନ ପଦକ୍ଷେପ ଆପଣେଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ।

Add Zee News as a Preferred Source

fallback

ଖାଲି ସେତିକି ନୁହେଁ ଘରେ ବସି ବସି ଯୁବପିଢି ଓ ମେଧାବୀ ଛାତ୍ରଛାତ୍ରୀ ବେସ ମାନସିକ ଚାପ ଗ୍ରସ୍ତ  ରହୁଥିବା ବେଳେ ସେମାନଙ୍କ ସ୍କିଲ ଡେଭଲପମେଣ୍ଟ ନିମନ୍ତେ ମଧ୍ୟ ଚିନ୍ତା କରିଛି ପ୍ରଶାସନ । ଇଞ୍ଜିନିୟରିଂ ସେବା ହେଉ ଅବା ୟୁ.ପି.ଏସ.ସି , ଓ .ପି.ଏସ.ସି ,ହୋଟେଲ ମେନେଜମେଣ୍ଟ ,ଇଭେଣ୍ଟ  ମେନେଜମେଣ୍ଟ  ଭଳି ଅନେକ ସିକ୍ଷା  ଦିଗରେ ନିଜର ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ ନିମନ୍ତେ ଘରେ ବସି ବିଶେଷଜ୍ଞଙ୍କ ମଧ୍ୟ ପରାମର୍ଶ ନେଇପାରିବେ ଯୁବପିଢ଼ି । ଏଥିଲାଗି ସନ୍ଧ୍ୟା 5 ଟା ରୁ 8 ପର୍ଯ୍ଯନ୍ତ ସମୟ ଧାର୍ଯ୍ୟ କରାଯାଇଛି ।

About the Author