ସମ୍ପତ୍ତି ପାଇଁ ଘର ବାରଣ୍ଡାରେ ପଡ଼ି ରହିଲା ମା'ର ମୃତଦେହ

ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ସମ୍ପତ୍ତି ପାଇଁ ଘର ବାରଣ୍ଡାରେ ପଡ଼ି ରହିଲା ମା'ର ମୃତଦେହ
ଫଟୋ ସୌଜନ୍ୟ: ଜୀ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ପତ୍ତି ଲୋଭରେ ୮୨ ବର୍ଷୀୟ ମା'ର ମୃତଦେହକୁ ଘରେ ପୁରାଇ ନ ଥିଲେ ଜନ୍ମକଲା ଝିଅ । ଦିର୍ଘ ୫ ଘଣ୍ଟା ଧରି ମୃତଦେହ ଘର ବାରଣ୍ଡାରେ ପଡ଼ି ରହିଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକ ଓ ସ୍ଥାନୀୟ ଲୋକଙ୍କୁ ଏହି ଘଟଣା ମର୍ମାହତ କରିଥିଲା । 

ସେପଟେ ଏନେଇ ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମାଧାନ କରିଛି । ତେବେ ଅନେକ ସମୟ ଧରି ରାସ୍ତା କଡ଼ରେ ଶବ ପଡି ରହିଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଆହୁରି ପଢ଼ନ୍ତୁ; ଗୁରୁ ଦେବ ହସ୍ପିଟାଲରେ ଉତ୍ତେଜନା