କାହା ପାଇଁ ମହାପ୍ରୟାଣ ଯୋଜନା ? ରିକ୍ସାରେ ବୁହା ହେଲା ଶବ
Advertisement

କାହା ପାଇଁ ମହାପ୍ରୟାଣ ଯୋଜନା ? ରିକ୍ସାରେ ବୁହା ହେଲା ଶବ

ବ୍ରହ୍ମପୁର ଅଞ୍ଚଳରେ ଯାଯାବର ଜୀବନ ବିତାଉଥିବା ଚନ୍ଦ୍ର ମା ସିଂ ନାମକ ଜଣେ ବାସହୀନ ବୃଦ୍ଧାଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଚିକିତ୍ସାକାଳୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଫାଇଲ ଫଟୋ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜରେ ପୁଣିଥରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମା'ର ଶବକୁ ନେବା ଲାଗି ଜଣେ ଅସହାୟ ଗରିବ ପରିବାରକୁ ମହାପରାୟଣ ଗାଡି ନ ମିଳିବାରୁ ଟ୍ରଲି ରିକ୍ସାରେ ଶବ ବୋହି ନେଉଥିବା ଦେଖିବାକୁ ମିଳିଛି । ଯାହା କି ପୁଣିଥରେ ସରକାରଙ୍କ ମହାପ୍ରୟାଣ ଯୋଜନା ଉପରକୁ ଆଙ୍ଗୁଳି ଉଠିଛି ।

ସୂଚନା ମୁତାବକ, ବ୍ରହ୍ମପୁର ଅଞ୍ଚଳରେ ଯାଯାବର ଜୀବନ ବିତାଉଥିବା ଚନ୍ଦ୍ର ମା ସିଂ ନାମକ ଜଣେ ବାସହୀନ ବୃଦ୍ଧାଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଚିକିତ୍ସାକାଳୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମା'ଙ୍କ ଶବକୁ ନେବା ଲାଗି ପାଖରେ ଟଙ୍କା ପଇସା ନଥିବା ବେଳେ ଦୁଇ ପୁଅ ଓ ଝିଅ ମେଡିକାଲ କତ୍ତୃପକ୍ଷଙ୍କୁ ନେହୁରା ହୋଇଥିଲେ । ହେଲେ ଦୀର୍ଘ ୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ କେହି ତାଙ୍କ ଗୁହାରି ନ ଶୁଣିବାରୁ ଶବକୁ ଏକ ରିକ୍ସାରେ ବୋହି ନେଉଥିବା ରାସ୍ତାରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖି ହସ୍ତକ୍ଷେପ କରିବା ସହ ପୋଲିସ ଓ ପ୍ରଶାସନ କୁ ସୁଚନା ଦେଇଛନ୍ତି ।