Advertisement
Article Detail0/zeeodisha/odisha666650

ଗଞ୍ଜାମ ପୋଲିସ ଉପରେ ଡିଜିପି ଖୁସ୍

ଆଜି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି କାର୍ଯ୍ୟାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଡିଜିପି । 

ଫାଇଲ ଫଟୋ
ଫାଇଲ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟା, ବ୍ରହ୍ମପୁର: ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ପୋଲିସ କାର୍ଯ୍ୟକୁ ପ୍ରଶଂସା । ଏହି ପ୍ରଶଂସା ଅନ୍ୟ କେହି ନୁହେଁ, ଖୋଦ ଓଡ଼ିଶା ଡିଜିପି କରିଛନ୍ତି । ସେହିପରି ଗଞ୍ଜାମବାସୀ ଲକ୍ ଡାଉନ୍ ନିୟମ ଅତି ସୁନ୍ଦର ଭାବେ ପାଳନ କରୁଥିବାରୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଡିଜିପି ଅଭୟ । 

ଆଜି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି କାର୍ଯ୍ୟାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଡିଜିପି । ଏହି ଅବସରରେ ସେ ଦୁଇ ପୋଲିସ ଜିଲ୍ଲା ବ୍ରହ୍ମପୁର ଓ ଗଞ୍ଜାମରେ ପୋଲିସ ଯେଉଁ ପରି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରୁଛି, ସେନେଇ ପ୍ରଶଂସା କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ପୋଲିସକୁ ସାଧାରଣ ଲୋକ ମଧ୍ୟ ସହଯୋଗ କରୁଛନ୍ତି । ଲକ୍ ଡାଉନମ ନିୟମ ମଧ୍ୟ ଗଞ୍ଜାମବାସୀ  ପାଳନ କରୁଛନ୍ତି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଡିଜିପି ଅଭୟ । 

 ତେବେ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Add Zee News as a Preferred Source
About the Author