ଡାକ୍ତର ପାଠୀଙ୍କୁ ପଦ୍ମ ସମ୍ମାନ
Advertisement

ଡାକ୍ତର ପାଠୀଙ୍କୁ ପଦ୍ମ ସମ୍ମାନ

କଟକ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଂଲଣ୍ଡରେ MS ପାସ। ପାଟନାରେ ଚାକିରି ଆରମ୍ଭ। 

ଡାକ୍ତର ପାଠୀଙ୍କୁ ପଦ୍ମ ସମ୍ମାନ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁରର ଡା. କ୍ରୀଷ୍ଣ ମୋହନ ପାଠୀଙ୍କୁ (Dr. Krishna Mohan Pathy) ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Central Home Ministry)।ଏଭଳି ଘୋଷଣା ହେବା ପରେ ଡାକ୍ତର କୃଷ୍ଣ ମୋହନ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ପ୍ରଫେସର କୃଷ୍ଣ ମୋହନ ପାଠୀ ଅଗଷ୍ଟ ପହିଲା ୧୯୩୯ ମସିହାରେ ବ୍ରହ୍ମପୁର ନିକଟ ସୁକୁଣ୍ଡା ଗ୍ରାମରେ ଜନ୍ମ। 

କଟକ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଂଲଣ୍ଡରେ MS ପାସ। ପାଟନାରେ ଚାକିରି ଆରମ୍ଭ। ଓକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ଚାକିରି କାଳରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ପରେ ସେ MKCG ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ। 

ବିଧାନଚନ୍ଦ୍ର ରାୟ, ଅବଦୁଲ କାଲାମ ଆୱାର୍ଡ ଠାରୁ ଆରମ୍ଭ କରି ଶତାଧିକ ସମ୍ମାନଜନକ ଆୱାର୍ଡ ପାଇଛନ୍ତି। ୨୨ଟି ଦେଶ ବୁଲି ସେ ଡାକ୍ତରମାନଙ୍କୁ ଶିକ୍ଷାଦାନ କରିଛନ୍ତି। ଅବସର ପରେ ମଧ୍ୟ ସେ ମାଗଣା ବୋନ ମିନେରଲ ପରୀକ୍ଷା କରି ହଜାର ହଜାର ଲୋକଙ୍କ ଚିକିତ୍ସା କରୁଛନ୍ତି। ଓଡ଼ିଶାର ଜଣେମାତ୍ର ଏଭଳି ପୁରସ୍କାର ପାଇଥିବାରୁ ସେ ଖୁସି ବୋଲି କହିଛନ୍ତି।