ଜବର ଦଖଲ ଉଚ୍ଛେଦ
Advertisement

ଜବର ଦଖଲ ଉଚ୍ଛେଦ

ଟ୍ରାଫିକ ସମସ୍ୟାକୁ ଦୂରୀକରଣ ଦିଗରେ ସହରରେ ୪ଟି ଓଭର ବ୍ରିଜ ନିର୍ମାଣ କାମ ହାତକୁ ନିଆଯାଇଥିଲା ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅନିଶ୍ଚିତତା ଘେରରେ ରହିଥିବା ଆଙ୍କୁଲି ଠାରୁ ଇଞ୍ଜିନିୟରିଂ ସ୍କୁଲ ପର୍ଯ୍ୟନ୍ତ ସଂଯୋଗ କରୁଥୁବା ଓଭରବ୍ରିଜଜ ନିର୍ମାଣ ପଥ ପରିଷ୍କାର ହୋଇଛି । କାମରେ ବାଧା ସୃଷ୍ଟି କରୁଥୁବା କିଛି ଜବରଦଖଲ ଘରକୁ ଜିଲ୍ଲା ପ୍ରଶାସନ ପୋଲିସ ସହାୟତରେ ଉଚ୍ଛେଦ କରିଛି । ଯାହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । 

ଟ୍ରାଫିକ ସମସ୍ୟାକୁ ଦୂରୀକରଣ ଦିଗରେ ସହରରେ ୪ଟି ଓଭର ବ୍ରିଜ ନିର୍ମାଣ କାମ ହାତକୁ ନିଆଯାଇଥିଲା । ୩ଟି ଟିମର କାମ ସରିଥିବାବେଳେ ଏହି ଓଭର ବ୍ରିଜ ଅଧପନ୍ତରିଆ ଭାବେ ପଡି ରହିଥିଲା । ଯାହାଫଳରେ ଗମନାଗମନ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ । 

କାମ ଶୀଘ୍ର ସାରିବା ଦାବି ନେଇ ଦୀର୍ଘ ଦିନ ହେଲା ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକେ ଦାବି କରୁଥିଲେ । ଆଜି ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । 

ଆହୁରି ପଢ଼ନ୍ତୁ; ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ