Advertisement
Article Detail0/zeeodisha/odisha666264
Zee OdishaBerhampurବ୍ୟାଟ ମାଡ଼ରେ ସାଙ୍ଗର ମୃତ୍ୟୁ

ବ୍ୟାଟ ମାଡ଼ରେ ସାଙ୍ଗର ମୃତ୍ୟୁ

କ୍ରିକେଟ ଖେଳ ଖେଳୁଥିବା ବେଳେ ସାଙ୍ଗର ବ୍ୟାଟ ମାଡରେ ସାଙ୍ଗର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବିଭୂତି ଷେଠି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ  ଅଭାବନୀୟ ଘଟଣା । କ୍ରିକେଟ ଖେଳ ଖେଳୁଥିବା ବେଳେ ସାଙ୍ଗର ବ୍ୟାଟ ମାଡରେ ସାଙ୍ଗର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବିଭୂତି ଷେଠି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଲକ୍ ଡାଉନକୁ ଖାତିର ନକରି ପିଲାମାନେ କ୍ରିକେଟ ଖେଳରେ ମାତିଥିଲେ । ତେବେ କୌଣସି କାରଣରୁ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ସେଥି ମଧ୍ୟରୁ ଉତକ୍ଷିପ୍ତ ହୋଇ ବିଭୂତିଙ୍କ ବେକ ଉପରକୁ ଜଣେ ସାଙ୍ଗ ବେଟରେ ମାଡ଼ ମାରିଥିଲା । ତେବେ ବିଭୂତିଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । 

Add Zee News as a Preferred Source
About the Author