ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତ ଅଟକ

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବ୍ରହ୍ମପୁର ପୋଲିସ ।

ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତ ଅଟକ
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବ୍ରହ୍ମପୁର ପୋଲିସ । ଗଞ୍ଜାମର ମେରାଇନ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଗଣଦୁଷ୍କର୍ମ ହୋଇଥିଲା । ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେକେ କିଛି ଯୁବକ ଏକ ନିର୍ଦ୍ଧିଷ୍ଟ  ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । 

ଏପରିକି ଏହାର ୩୬ ଘଣ୍ଟା ପରେ ପୀଡିତାଙ୍କୁ ତାଙ୍କ ଘର ପଛ ପଟେ ବେହୋସ ଅବସ୍ଥାରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ପରିବାର ଲୋକେ ପୀଡିତାଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଚିକିତ୍ସା ଚାଲିଛି । 

ଆହୁରି ପଢ଼ନ୍ତୁ; ଦୁଷ୍କର୍ମୀଙ୍କୁ ଫାଶୀ ଦଣ୍ଡାଦେଶ

ଅନ୍ୟପଟେ ଘଟଣାଟି ପ୍ରଘଟ ହେବା ପରେ ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ବଡ଼ ମେଡିକାଲ ଯାଇ ନାବଳିକାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗକୁ ଆଧାର କରି ଗଣଦୁଷ୍କର୍ମରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ଅଭିଯୁକ୍ତମାନେ ସେହି ଗାଁର ହିଁ ବୋଲି ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ; କାଳିଙ୍କୁ କଳା କନା ବୁଲାଇଲେ ଦୁର୍ବୃର୍ତ୍ତ